ବିଦ୍ୟୁତ୍ ଆଘାତରେ ବାଳକର ମୃତ୍ୟୁ।

ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଏକ ଅଘଟଣ ଘଟି ଜଣେ ବାଳକ ମୃତ୍ୟୁ ବରଣ କରିଛି। ଘଟଣା ରୁ ପ୍ରକାଶ ଯେ ମୃତ ବାଳକ ତନ୍ମୟ ସାହୁ ନିଜ ଘର ବାରିପଟେ ବୁଲୁଥିବା ବେଳେ ପଡ଼ୋଶୀ ସୁଶାନ୍ତ ସାହୁ ବାରିପଟେ ବିଛାଇଥିବା ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ସୁଶାନ୍ତ ଘର ଦାଣ୍ଡରେ ମେଳି ହୋଇ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ତନ୍ମୟର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ସୁଶାନ୍ତ ଓ ତା ସ୍ତ୍ରୀ କୁ ଘରୁ ଉଠାଇ ନେଇ ଥାନା ରେ ଜେରା କରୁଛନ୍ତି ଓ ଗାଁ ଲୋକଙ୍କୁ ବୁଝାଇ ଘଟଣାକୁ ଆୟତ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *