ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋ ରେ ଚଢ଼ାଉ ଓ ଜବତ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋ ରେ ଚଢ଼ାଉ ଓ ଜବତ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ରୁଷିକୁଲ୍ୟା ନଦୀ ତଟରେ ଅବସ୍ଥିତ ରଣଝାଲି ମୁକୁନ୍ଦପୁର ଗ୍ରାମ ଓ ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ଶାସନ ଗ୍ରାମରେ ଚୋରା ରେ ଗଚ୍ଛିତ ଥିବା ଦୁଇଟି ବାଲି ଡିପୋ କୁ ଜିଲାପାଳଙ୍କ ନିର୍ଦ୍ଦେଶନାରେ ରାଜସ୍ୱ ବିଭାଗ, ଖଣି ବିଭାଗ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଶହ ଶହ ଟ୍ରକ୍ ବାଲି ଜବତ ହୋଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଆଗକୁ ବର୍ଷା ଦିନ ଆସୁଥିବାରୁ ନଦୀରେ ପାଣି ଭରପୁର ହୋଇଯିବ ଓ ଗାଡି ନଦୀ ଭିତରକୁ ଯାଇ ପାରିବ ନାହିଁ। ସେତେବେଳେ ଗ୍ରାହକମାନଙ୍କୁ ଚଢା ଦରରେ ବାଲି ବିକ୍ରି ସହ ଆନ୍ଧ୍ରପ୍ରଦେଶ କୁ ଚାଲାଣ ପାଇଁ ଗଛିତ ରଖିଥିଲେ। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଙ୍କ ଠିକ୍ ସମୟରେ ପଦକ୍ଷେପ ସ୍ୱରୂପ ବାଲି ବ୍ୟବସାୟୀ ମାନଙ୍କ ନିଷ୍ପତ୍ତି ଭଣ୍ଡୁର ହୋଇଯାଇଛି। ଏହି ଜବତ ବାଲିକୁ ଆବାସ ଯୋଜନାରେ ଘର କରୁଥିବା ଗରିବ ଲୋକମାନଙ୍କୁ ରିହାତି ଦରରେ ପ୍ରଦାନ କଲେ ଗରିବ ଲୋକେ ଉପକୃତ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *