ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ।

ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)..୨୧/୭/୨୫..(ମନୋଜ ପାଢୀ ) ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି, ଅଡବା ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଡବା ଝିଲିକି ମନ୍ଦିରରେ ଆୟୋଜିତ ବୈଠକରେ ଜୋନ ସଂଯୋଜକ ନିର ମଲ୍ଲିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ତରଣୀ ସେନ ଦାସ ଯୋଗଦେଇ ଜନ ଗଣନା ସଚେତନ ଉପରେ କହିଥିଲେ l ଏହି ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଦିବାକର ପ୍ରଧାନୀ, ସହ ସଂଯୋଜକ ଲକ୍ଷ୍ମଣ ମଲିକ, କୁଳ ଚନ୍ଦ୍ର ମଲିକ, ଧର୍ମେନ୍ଦ୍ର ମଲିକ ପ୍ରମୁଖ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ସେହିପରି ଚନ୍ଦ୍ରଗିରି ଶିବ ମନ୍ଦିରରେ ଜୋନ ସଂଯୋଜକ ତ୍ରିନାଥ ନାୟକଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣୀସେନ ଦାସ, ଆରଏସଏସ ଜିଲ୍ଲା ପ୍ରଚାର ପ୍ରମୁଖ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡ଼ନାୟକ, ବରିଷ୍ଠ ବିଜେପି ନେତା ରମା ରମଣ କାର୍ଜି, ଲଳିତ ମୋହନ ନାୟକ,ପ୍ରମୁଖ ଯୋଗଦେଇ ବୈଠକରେ ଜନ ଗଣନା ସମ୍ପର୍କରେ ସଚେତନତା କରିଥିଲେ l ଏହି ବୈଠକରେ ଶତାଧିକ ମହିଳା ପୁରୁଷ ଯୋଗଦେଇଥିବା ବେଳେ ବାଳକୃଷ୍ଣ ବାଘରାଜ, ମନୋରଞ୍ଜନ ରତ୍ନବିଷୋୟୀ, ନିତ୍ୟାନନ୍ଦ ଦଳାଇ, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଛନ୍ତି |

Leave a Reply

Your email address will not be published. Required fields are marked *