୭୦ ବର୍ଷ ଗାଁ ସ୍ଥାପନ ହେବା ପରେ ପର ଠାରୁ ଆଜି ପର୍ଯ୍ୟନ୍ତ ଗାଁର ରାସ୍ତା ଅବସ୍ଥା ଯାହା ଥିଲା ଆଜିବି ସେହି ଅବସ୍ଥା ରହିଛି । ଆଜିବି ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନଥିବାରୁ ଗ୍ରାମକୁ ଆମୁଲାନ୍ସ ସେବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି । ଗାଁର ରୋଗୀଙ୍କୁ ଦୋଳାକରି ନେବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକ ବସ୍ତ୍ରୀଗୁଡା ପଞ୍ଚାୟତର ଅଞ୍ଜେଇକୋଣ ଗ୍ରାମବାସୀ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ଓ ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି । ଗତକାଲି ଗାଁର ଦୁଇଜଣ ଅସୁସ୍ଥ ଗୁଡୁବାର ମଣ୍ଡଳ(45) ଓ ଜାଲସାନି ମଣ୍ଡଳ(50)ଙ୍କୁ ଦୋଳା ବୁହା ହୋଇ ରା,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ରାସ୍ତା ଅଭାବରୁ ଗ୍ରାମକୁ ଆମୁଲାନ୍ସ ଆସିପାରୁ ନଥିବା ବେଳେ ଦୋଳାରେ ବୋହି ରୋଗୀଙ୍କୁ ମେଡିକାଲ ଆଣିଥିଲେ ଗ୍ରାମବାସୀଙ୍କ ପାଇଁ ନିତିଦିନିଆ ଘଟଣା ହୋଇଗଲାଣି । ବସ୍ତ୍ରୀଗୁଡାରୁ ଅଞ୍ଜେଇକୋଣର ଦୂରତା ୯ କିଲୋମିଟର । ଏହି ପଞ୍ଚାୟତର ପୋଲାଆମ୍ବ ସାହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଠାରୁ ନୁଆଗଡ ବ୍ଳକ ଗୁଲି ଛକ ଭାୟା ଅଞ୍ଜେଇକୋଣ ହେଉଛି ୧୨ କିଲୋମିଟର ଅଞ୍ଜେଇକୋଣରୁ ରା,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ୭କିଲୋମିଟର ଏହି ପାହଡ ଓ ପଥରିଆ ରାସ୍ତାରେ କହିବାକୁ ଗଲେ ମେଡିକାଲରେ ପହଞ୍ଚିବା ସମ୍ଭବ । ଗଲା ୫ବର୍ଷ ମଧ୍ୟରେ ଦୁର୍ଗମ ରାସ୍ତା ଓ ଆମ୍ବୁଲାନ୍ସ ସେବା ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ର ଆସିନପାରି ଗ୍ରାମର ଏସୋ ରଇତ(25), ସୁଶାନ୍ତ ମଣ୍ଡଳ(28), ଅମିଏଲ କାର୍ଜୀ(35), ରଇବାରି ଦଳବେହେରା(50) ଓ ମାଙ୍କଡା ମଣ୍ଡଳ(60) ପ୍ରମୁଖ ମୃତ୍ୟୁବରଣ କରିଛନ୍ତି । କାହାକୁ ଜ୍ବର ତ କାହାକୁ ଝାଡାବାନ୍ତି, କିନ୍ତୁ କାହାର ଭାଗ୍ୟରେ ନଥିଲା ଆମ୍ବୁଲାନ୍ସ ସେବା। ଖଟିଆ କିମ୍ବା ଦୋଳା ହିଁ ଥିଲା ଏମାନଙ୍କ ସାହା ଭରସା । ଦୋଳାରେ ବୁହା ହୋଇ ଡାକ୍ତରଖାନାକୁ ଆସିବା ପୂର୍ବରୁ ସେମାନେ ଆଖି ବୁଜିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରେ ବସ୍ତ୍ରୀଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚୈତନ୍ୟ ମଣ୍ଡଳ, ସୂର୍ଯ୍ୟ ମଣ୍ଡଳ, ନରେନ୍ଦ୍ର ମଣ୍ଡଳ, କାଜିନ ଦଳବେହେରା, ବ୍ରହ୍ମପୁର ସାସଂଦ, ଗଜପତି ଜିଲ୍ଲାପାଳ, ମୋହନା ବିଧାୟକଙ୍କୁ ଲିଖିତ ନିବେଦନ କରିଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମଧ୍ୟ ପିଚୁ ରାସ୍ତାଟିଏ ପାଇଁ ଗ୍ରାମବାସୀ ଲିଖିତ ନିବେଦନ କରିଛନ୍ତି । ଭଲ ରାସ୍ତା ଓ ଆମ୍ବୁଲାନ୍ସ ସ୍ବପ୍ନ ଏହି ଗ୍ରାମବାସୀଙ୍କ ପାଇଁ କେବେ ବାସ୍ତବ ରୂପ ନେବ ଏହା ଦେଖିବାକୁ ବାଜି ରହିଛି ।

ଆର.ଉଦୟଗିରି (ମନୋଜ କୁମାର ପାଢୀ)

Leave a Reply

Your email address will not be published. Required fields are marked *