ସମ୍ମାନିତ ହେଲେ ୪ଜଣ କୃତୀ ଛାତ୍ରଛାତ୍ରୀ
ଆର,ଉଦୟଗିରି(ମନୋଜ ପାଢୀ)ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତ ଏବଂ ବ୍ଲକ୍ ସ୍ତରରେ ସର୍ବାଧିକ ନମ୍ବର ରଖି ଚାରି ଜଣ ଛାତ୍ରଛାତ୍ରୀ ଗଞ୍ଜାମ ଗଜପତି ମିଳିତ ଶବର ବନ୍ଧୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଅନିତା ଦଳାଇ -୫୪୪, ଚନ୍ଦ୍ରଶେଖର ଦଳାଇ -୫ ୪୩, ହିରାବତୀ ରଇତ-୫୪୧ ଏବଂ ସାନୁ ନାୟକ-୪୨୯ ନମ୍ବର ରଖି ଏ ୧ ଗ୍ରେଡରେ ତିନିଜଣ ଏବଂ ଜଣେ ବ୍ଲକ ଟପ୍ପର ଭାବରେ ସଫଳତା ହାସଲ କରି ସମଗ୍ର ଗଜପତି ଜିଲ୍ଲାର ଗର୍ବ ଏବଂ ଗୌରବକୁ ବୃଦ୍ଧି କରି ପ୍ରଶଂସିତ ହୋଇଥିଲେ।
Bଗଞ୍ଜାମ ଏବଂ ଗଜପତି ଜିଲ୍ଲାର ମିଳିତ ଆନୁକୁଲ୍ୟରେ ଗଠନ କରାଯାଇଥିବା ଶବର ବନ୍ଧୁ ସଂଗଠନ ସମାଜର ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରିଆସୁଥିଲେ ହେଁ ,ଉକ୍ତ ସଂଗଠନ ତରଫରୁ ଏ ୧ତିନି ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର,ଉପହାର ସହିତ ପାଞ୍ଚ ହଜାର ଲେଖାଏଁ ଟଙ୍କା ଏବଂ ଉକ୍ତ ବିଦ୍ୟାଳୟର ଛାତ୍ରୀ କୁମାରୀ ସନୁ ନାୟକ ବ୍ଲକ୍ ରେ ସର୍ବାଧିକ ନମ୍ବର ରଖି ସଫଳତା ହାସଲ କରିଥିବାରୁ ତାଙ୍କୁ ମଧ୍ୟ ମାନପତ୍ର,ଉପହାର ଏବଂ ଚାରି ହଜାର ଟଙ୍କା ଉକ୍ତ ସଂଗଠନ ତରଫରୁ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏଣୁ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସର୍ବ ସମ୍ମୁଖରେ ଏହା ପ୍ରକାଶିତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ ଏବଂ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଶବର ବନ୍ଧୁ ସଂଗଠନର ସମସ୍ତ କର୍ମ କର୍ତ୍ତା , କୃତୀ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।
