ଯନ୍ତ୍ରୀଙ୍କ ଅକାଳ ବିୟୋଗରେ ଜଳପ୍ରକଳ୍ପ କାର୍ଯ୍ୟାଳୟରେ ଶୋକ ସଭା ଅନୁଷ୍ଠିତ।

ଯନ୍ତ୍ରୀଙ୍କ ଅକାଳ ବିୟୋଗରେ ଜଳପ୍ରକଳ୍ପ କାର୍ଯ୍ୟାଳୟରେ ଶୋକ ସଭା ଅନୁଷ୍ଠିତ।

ଗଜପତି ଜିଲ୍ଲା ଆର.ଉଦୟଗିରି ଆର,ଉଦୟଗିରି(ମନୋଜ କୁମାର ପାଢ) ଅନ୍ତର୍ଗତ ଛେଳିଗଡ଼ ଜଳପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ ଯନ୍ତ୍ରୀଙ୍କ ଗତ 09/07/25 ରେ ହୃଦଘାତ ଜନିତ ଅକାଳ ବିୟୋଗ ହୋଇଥିଲା । ଯାହାକି ବିଭାଗୀୟ କର୍ମଚାରୀ ଓ ନିଜ ସହକର୍ମୀ ତଥା ଅଞ୍ଚଳର ବିସ୍ଥାପିତ ବୁଢି ଞ୍ଚଳବାସୀଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳି ଯାଇଥିଲା । ସମସ୍ତେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ସ୍ୱର୍ଗତ ଆଦିକନ୍ଦ ନାୟକ ଜଣେ କର୍ତ୍ତବ୍ୟ ପରାୟଣ ମେଳାପି ହୋଇଥିବା ହେତୁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଏହି କାର୍ଯ୍ୟାଳୟରେ 2013 ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିଲେ । 2027 ମସିହା ଜୁନ ମାସରେ ଚାକିରିରୁ ଅବସର ନେବାର ଥିବା ସମୟରେ ଚଳିତ ମାସ ନିଜ ସରକାରୀ ବାସ ଭବନ ରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ 108 ଆମ୍ବୁଲାନ୍ସ ଯୋଗେ ନିଜ ସହକର୍ମୀ ଓ ଅଧିକାରୀ ମାନେ ଭର୍ତ୍ତି କରାଇଥିଲେ । ତଥାପି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କରି ଉଦ୍ଦେଶ୍ୟରେ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଆୟଜନ କରାଯାଇଥିଲା । ଏଥିରେ ବିଭାଗୀୟ ଅଧିକାରି ମାନେ ଯଥା ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ ,ଅତିରିକ୍ତ ଯନ୍ତ୍ରୀ ଜୟଦେବ ପଣ୍ଡା ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ପେମା ଖେମ୍ପୋ ଓ ଶତାଧିକ ବୁଢ଼ୀ ଅଞ୍ଚଳବାସୀ ଯୋଗଦେଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *