ଗଜପତି ଜିଲ୍ଲାପାଳ ଙ୍କ ମୋହନା ବ୍ଲକ ର ଦୁର୍ଗମ ନକ୍ସଲ ପାଦୃଭାବ ଭାଲିଆଗୁଡା ଗ୍ରାମ ଗସ୍ତ କରି ଲୋକଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କଲେ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)— ଆଜି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୋହନା ବ୍ଲକ ଗସ୍ତରେ ଆସି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଙ୍ଗରେ ନେଇ ମଳାସପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡ ପର୍ବତ ଘେରା ନକ୍ସଲ ପାଦୃଭାବ ଗାଁ ଭାଲିଆଗୁଡା କୁ ଗସ୍ତ କରି ଲୋକଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ।ସ୍ଥାନୀୟ ଲୋକ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସେମାନଙ୍କ ଗ୍ରାମରେ କଣ କଣ କାର୍ଯ୍ୟ କଲେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବ ତାହା ପଚାରି ବୁଝିଥିଲେ। ସ୍ଥାନୀୟ ଲୋକେ ପଞ୍ଚାୟତ ସରପଞ୍ଚ ଙ୍କ ଉପସ୍ଥିତିରେ ପାନୀୟ ଜଳ, ପକ୍କା ରାସ୍ତା, ଜଳ ସେଚନ ପ୍ରକଳ୍ପ, ମନ୍ଦିର କୋଠା ସହ ମହିଳା ସ୍ଵୟଂ ସହାୟକ ଦଳ ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ ସେମାନେ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଏହା ସଙ୍ଗେ ଜିଲ୍ଲାପାଳ ଉପସ୍ଥିତ ଥିବା ଅଧିକାରୀ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ସଙ୍ଗରେ ନେଇ ନିକଟସ୍ଥ କେତକ ଆଦିବାସୀ ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଜିଲ୍ଲାପାଳ ଙ୍କ ସହ ମନ ଖୋଲା କଥା ହୋଇଥିବାରୁ ଖୁସି ଅନୁଭବ କରିବା ସହ ଜିଲ୍ଲାପାଳ ହେବ ତ ଏମିତି ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳିଛି। ଜିଲ୍ଲାପାଳ ଙ୍କ ଅଚାନକ ଦୁର୍ଗମ ଅଞ୍ଚଳ ଗସ୍ତ ସମୟରେ ବିଡିଓ ରାଜୀବ ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ, ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ସମେତ ସମସ୍ତ ବିଭାଗ ଅଧିକାରୀ ଜିଲ୍ଲାପାଳ ଙ୍କ ସହ ଯାଇଥିବାରୁ ଲୋକଙ୍କ ଦାବୀ ମୁତାବକ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଲୋକେ ଦୁର୍ଗମ ଅଞ୍ଚଳରେ ବହୁ ଦୟନୀୟ ଅବସ୍ଥାରେ ରହୁଥିବାରୁ ସମସ୍ତ ସୁବିଧା ଯଥାଶୀଘ୍ର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
