ଆତରସିଂ ଅଜଣା ପୋକ ଭୟରେ ଲୋକେ ଆତଙ୍କିତ ।

ଆର,ଉଦୟଗିରି,(ମନୋଜ କୁମାରପାଢୀ ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ଆତରସିଂ ଗ୍ରାମରେ ଏକମାସରୁ ଅଧିକ ସମୟ ହେଲାଣି ଅଜଣା ପୋକ ଆତଙ୍କ ଲାଗି ରହିଛି। ପୋକ ଗୁଡ଼ିକ ବିଭିନ୍ନ ଘରେ ପଶି ଖାଦ୍ୟଦ୍ରବ୍ୟ ନଷ୍ଟ କରି ଦେଉଛନ୍ତି। ଏହାସହ ଲୋକେ ଶୋଇଥିବା ବେଳେ ତାଙ୍କୁ କାମୁଡ଼ି ଦେଉଛନ୍ତି. ପ୍ରତି ଘରେ ଏବେ ଏହି ପୋକ ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ଲୋକେ ରାତିରେ ଠିକ ଭାବେ ଶୋଇ ପାରୁ ନାହାନ୍ତି. କିମ୍ବା ରୋଷେଇ କରିଥିବା ଖାଦ୍ୟ ବି ଖାଇପାରୁନାହାନ୍ତି । ପୋକ ଦାଉରୁ ରକ୍ଷା ପାଇବାକୁ ଗ୍ୟାମାକ୍ସିନ୍, ପାଉଁଶ ଓ ବିଭିନ୍ନ କୀଟନାଶକ ଦ୍ରବ୍ୟ ପକାଉଥିଲେ ବି କୌଣସି ସୁଫଳ ମିଳୁନି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *