ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା।
ସୌମ୍ୟଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଆତ୍ମାହୁତି ଘଟଣାରେ ଚିକିତ୍ସାଧୀନ ଛାତ୍ରୀ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ତାଙ୍କ ବିୟୋଗ ଖବର ସାରା ଓଡ଼ିଶା ତଥା ଭାରତ ବର୍ଷକୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଛି। ନିର୍ଯାତନା ବିରୋଧରେ ତାଙ୍କ ର ତ୍ୟାଗ ସମାଜ ପାଇଁ ଏକ ଭୟଙ୍କର ଦୃଷ୍ଟାନ୍ତ। ଏହି ଅପୂରଣୀୟ କ୍ଷତିରେ ପରିବାର ସଦସ୍ୟଙ୍କୁ ଈଶ୍ୱର ଗଭୀର ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ। ଅମର ଆତ୍ମାର ସଦଗତି କାମନା କରିବା ସହିତ ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ସେମିଲିଗୁଡା ଟାଉନ କ୍ଳବ ତରଫରୁ ଗଙ୍ଗାମ୍ମା ମନ୍ଦିର ଠାରୁ ଆରମ୍ଭ ହୋଇ ସହର ର ବିଭିନ୍ନ ରାସ୍ତା ଅତିକ୍ରମ କରି ଏହି କ୍ୟାଣ୍ଡଲ ଶୋଭାଯାତ୍ରା ସେମିଲିଗୁଡା ବସ୍ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୁର୍ତ୍ତି ନିକଟରେ ପହଂଚି ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅଞ୍ଚଳ ର ଅନେକ ସମାଜ ସେବୀ, ବୁଦ୍ଧିଜିବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
