ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମକୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା ସାପକୁ ଚିହ୍ନିବା, ସାପ କାମୁଡିଲେ ପ୍ରାଥମିକ ଚିକିତ୍ସା, ସମେତ ବନ୍ୟପ୍ରାଣୀ ଆଇନରେ ସାପର ସୁରକ୍ଷାକୁ ନେଇ ଥିବା ପ୍ରାବଧାନ ବିଷୟରେ ପିପିଟି ମାଧ୍ୟମରେ ବୁଝା ଯାଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଯେଉଁସବୁ ବିଷୟ ବୁଝା ଯାଇଥିଲା ସେଥିମଧ୍ୟରୁ କିଛି ବିଷୟକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉମେଶ କୁମାର ପାତ୍ର, ଏ. ସତ୍ୟ ନାରାୟଣ ସେନାପତି, ତ୍ରିପତି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ୱାରା ୧୦ ଜଣ ସର୍ପ ଉଦ୍ଧାରକଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ କୋଷାଧ୍ୟକ୍ଷ ଏମ. ଦିଲ୍ଲୀପ କୁମାର ମଞ୍ଚ ପରିଚାଳନା କରିଥିଲେ।
Related Posts
ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ରାୟଗଡ଼ା, ୩୦/୦୭/୨୫ : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂ ଛାତ୍ରଛାତ୍ରୀଙ୍କୁ…
କୋରାପୁଟରେ ହସ୍ତଶିଳ୍ପ ପ୍ରୋତ୍ସାହନ ପାଇଁ ବୈଠକ, କେରାଙ୍ଗ କପଡ଼ା ଓ ଲିମ୍କାରେ ସୁବିଧା କେନ୍ଦ୍ର ନିର୍ମାଣ ଉପରେ ଜୋର
କୋରାପୁଟରେ ହସ୍ତଶିଳ୍ପ ପ୍ରୋତ୍ସାହନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ କୋରାପୁଟ, ୨୩ ଜୁଲାଇ ୨୦୨୫: କୋରାପୁଟ ଜିଲ୍ଲାରେ ଅଧ୍ୟକ୍ଷତାରେ ବିଭିନ୍ନ ଶିଳ୍ପୀ ଉନ୍ନତି ଯୋଜନା ଅନ୍ତର୍ଗତ…
‘ଏକତରଫା’ ପ୍ରେମିକା ଅନଲାଇନରେ ତାଙ୍କ ଫଟୋ ଲିକ୍ କରିବା ପରେ ଓଡିଶା ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି
ନବରଙ୍ଗପୁରର ରାଇଘରର ଜଣେ ନର୍ସିଂ ଛାତ୍ରୀ ତାଙ୍କ ଫଟୋ ପ୍ରେମୀ ଯୁବକଙ୍କ ଦ୍ୱାରା ଅନଲାଇନରେ ଲିକ୍ ହେବା ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା…