ଯୁବକର ମୃତ ଦେହ ଉଦ୍ଧାର

ଯୁବକର ମୃତ ଦେହ ଉଦ୍ଧାର ବେଲଗୁଣ୍ଠା ଥାନା ଅର୍ନ୍ତଗତ କୋଣଭାଗ ମୁଣ୍ଡ ସାହି ଦେଇ ଯାଇଥିବା ବଡ ନଦୀରୁ ସନ୍ୟାସୀ ପ୍ରଧାନ ନାମକ ୪୦ ବର୍ଷୀୟ ଯୁବକର ଶବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଦ୍ଵାରା ଉଦ୍ଧାର କରିଛନ୍ତି। ମୃତ ସନ୍ୟାସୀ ପ୍ରଧାନ ର ଘର ଘୁମୁସର ନୁଆ ଗାଁ ନୁଆ ସାହି।ସେ ଉକ୍ତ ନଦୀ କୁ ଗାଧୋଇବା ପାଇଁ ଯାଉଥିଲାବେଳେ ଅସାବଧାନତା ବଶତଃ ଗୋଡ ଖସି ନଦୀ ଭିତରକୁ ଚାଲିଯାଇଥିଲା। ଦିନସାରା ଦେଖା ନହେବାରୁ କିଛି ଲୋକ ଖୋଜି ଉକ୍ତ ସ୍ଥାନରେ ଏକ ଲଟାରେ ଲାଗି ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ରେବତୀ ଶବର, ଉପଖଣ୍ଡ ଅଧିକାରୀ ଦୀପକ ମିଶ୍ର ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୫/୨୫ ମକଦ୍ଦମା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକ ର ପରିବାର ଲୋକେ ସୁରଟ୍ ରେ ରହୁଛନ୍ତି ଓ ତାର ବୃଦ୍ଧା ମା ଏକାକୀ ଗାଁ ରେ ରହୁଥିବା ବେଳେ ସେ ତିନି ଦିନ ପୁର୍ବରୁ ଗାଁ କୁ ଆସିଥିଲା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *