ଆର,ଉଦୟଗିରି ବ୍ଲକରେ କଂଗ୍ରେସର ବନ୍ଦ ପ୍ରଭାବ l

ଆର,ଉଦୟଗିରି ବ୍ଲକରେ କଂଗ୍ରେସର ବନ୍ଦ ପ୍ରଭାବ l
ଆର,ଉଦୟଗିରି(ମନୋଜ କୁମାର ପାଢୀ) ୧୭/୭/୨୦୨୫
ଆଜି ସାରା ଓଡ଼ିଶାରେ କଂଗ୍ରେସ କମିଟି ବନ୍ଧ ଡାକରା ଦେଇଥିବା ବେଳେ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଠାରେ ସମ୍ପୂର୍ଣ୍ଣ ଭାବରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ସକାଳ ଛଅ ଘଣ୍ଟିକା ଠାରୁ ସନ୍ଦ୍ୟା ଛୋଅ ଘଣ୍ଟିକା ପର୍ଯ୍ୟନ୍ତ କଂଗ୍ରେସ ଜିଲା ସଭାପତି ତଥା ବିଧାୟକ ଦଳର ନେତା ଦାଶରଥି ଗମାଙ୍ଗଙ୍କ ନିର୍ଦେଶ କ୍ରର୍ମେ ବ୍ଲକ ସଭାପତି ଲକ୍ଷ୍ମୀ ପାଇକଙ୍କ ନେତୃତ୍ବରେ ମାଣିକ ପାଇକ , ଯିରିମିୟ ରଇତ ଏବଂ CPIM ଦଳ ପକ୍ଷରୁ – ମାନସ କୁ ଜେନା, ଶବରପୋଲି ପଞ୍ଚାୟତ ସମିତି ସଭ୍ୟ ମାଣିକ ରଇତ, ମହେନ୍ଦ୍ରଗଡ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ଓ ସରପଞ୍ଚ ଙ୍କ ସହିତ ଅନେକ କଂଗ୍ରେସ କର୍ମୀ ଏକାଠି ହୋଇ ଆର,ଉଦୟଗିରିର ମୁଖ୍ୟ ରାସ୍ତାକୁ ବେରିକେଟ ବାନ୍ଧି ବନ୍ଦ କରି ପୀଡ଼ିତାଙ୍କ ନ୍ୟାୟ ଦାବି କରିଥିବା ସଙ୍ଗେ ସରକାରଙ୍କ ଉପରେ ବର୍ଷି ଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଅଦ୍ୟାପକଙ୍କ ଦ୍ଵାରା ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇ ଆତ୍ମହୁତି ଉଦ୍ୟମ କରି ଚିକିତ୍ସିତ ହୋଉଥିବା ବାଲେଶ୍ୱର ଜିଲ୍ଲାର ସାୟଂଶାସିତ ପୋକିର ମହନ ବିଦ୍ୟାଳୟର ଛାତ୍ରୀ ଗତ ସମବାର ରାତ୍ରି ପ୍ରାୟ ଏଗାରଟା ବେଳେ ମୃତ୍ୟୁ ଘଟିଥିଲା l ଏହାର ପ୍ରତିବାଦରେ ପୀଡ଼ିତାଙ୍କ ନ୍ୟାୟ ଦାବି କରି ଆଜି ସାରା ଓଡ଼ିଶାରେ କଂଗ୍ରେସର ବାର ଘଣ୍ଟିକା ବନ୍ଦ ଡାକରା ଦେଇଥିଲା l ଏହାର ପ୍ରଭାବରେ ଗଜପତି ଜିଲ୍ଲାର ଆର,ଉଗିରି ଠାରେ କୌଣସି ଦୋକାନ ବଜାର ଖଲା ନଥିବା ବେଳେ ଯାନବାହାନ ରାସ୍ତାରେ ଚାଲିନ ଥିବା ଦେଖିବାକୁ ମିଳିଛି l ବ୍ଲକର ସମସ୍ତ ବିଦ୍ୟାଳୟ,ସରକାରୀ ଅଫିସ, ଦ୍ୟାଙ୍କ, ପେଟ୍ରୋଲ ପମ୍ପ ବନ୍ଦ ଥିଲା । ଶାନ୍ତି ଶୃଙ୍କାଳାକୁ ଭିତ୍ତିକରି ଆର,ଉଦୟଗିରି ପୋଲିସ ମୁତୟନ ହୋଇଥିଲେ l

Leave a Reply

Your email address will not be published. Required fields are marked *