ଦିନ ଦିପହରେ ଘର ଉପରେ ପଡ଼ିଲା ଗଛ ବଞ୍ଚିଗଲା ଝୀଅ |

ଦିନ ଦିପହରେ ଘର ଉପରେ ପଡ଼ିଲା ଗଛ ବଞ୍ଚିଗଲା ଝୀଅ |ଆର,ଉଦୟଗିରି(ମନୋଜ ପାଢୀ)୧୫/୦୭/୨୫ ଘରେ ଶୋଇଥିଲେ ଝିଅ l ମା ଯାଇଥିଲେ ଗାଧୋଇବାକୁ l ସାନ ପୁଅ ଓ ଝିଅ ଯାଇଛନ୍ତି ଗାଁ ବିଦ୍ୟାଳୟ କୁ l ଏହି ସମୟରେ ଘର ପାଖରେ ଥିବା ବିରାଟ ଗଛ ଟି ଉପୁଡି ଘର ଉପରେ ପଡିଯାଇଥିଲା l ଗଛ ପଡି ଯିବା ଯୋଗୁଁ ଘର ମାଟି କାନ୍ଥ ଭୁଶୁଡି ପଡିଲା l ସେତେବେଳେ ଘରେ ଶୋଇଥିବା ଝିଅ ଜୀବନ ବିକାଳରେ ଘର ବାହାରକୁ ଦୌଡ଼ି ପଳାଇ ଆସିଲା l ବଞ୍ଚିଗଲା ଝିଅର ଜୀବନ l ଅଳ୍ପକେ ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ଝିଅ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ହରିଜନ ସାହିରେ l ଗାଁ ର ସନ୍ଧ୍ୟାରାଣୀ ନାୟକ ଙ୍କ 15 ବର୍ଷୀୟ ଝିଅ ଜନ୍ହ ନାୟକ ଘରେ ଶୋଇଥିବା ବେଳେ ଘର ଉପରେ ଗଛ ପଡିଯାଇଥିଲା l ତେବେ ଗଛ ପଡିବା ଶବ୍ଦ ଶୁଣି ବାହାରକୁ ଦୌଡ଼ି ପଳାଇ ଥିଲା l ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ସରପଞ୍ଚ ଜନ ପ୍ରତିନଧି ପହଂଚି ବୁଝାସୁଝା କରିଛନ୍ତି l ଭାଙ୍ଗି ଯାଇଥିବା ଘର ସଜାଡ଼ିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ସରପଞ୍ଚ l

Leave a Reply

Your email address will not be published. Required fields are marked *