ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ରାୟଗଡା (ଅମୁଲ୍ୟ ନିଶଙ୍କ )ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ରାମନାଗୁଡ଼ସ ଥାନା ଅଧିକାରୀ ସୁନିତା ବେହେରା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଚୋରି, ଠକେଇ, ଗୁଣିଗାରେଡି, ସସମାଜିକ ବାସନ୍ଦ, ବାଲ୍ୟବିବାହ ପରି ବହୁ କୁସଂସ୍କାର ଆଦି କୁ କିପରି ରୋକାଯାଇପାରିବ ସେ ବିଷୟରେ କହିବା ସହ ପ୍ରଥମେ ନିଜେ ସଚେତନତା ରହିବା ଜରୁରୀ ବୋଲିଥାନା ଅଧିକାରୀ ମତ ରଖିଥିଲେ l ଟ୍ରାଫିକ ନିୟମ କୁ ମାନିଚଲିବା, ମୋଟର ସାଇକେଲ ଚଲେଇବା ସମୟରେ ହେଲମେଟନିଜେ ପିନ୍ଧିବା ସହିତ ଅନ୍ୟକୁ ପିନ୍ଧିବା ନିମନ୍ତେ କହିବା ନିମନ୍ତେ ଇ ଏସ ଆଇ ଜଗନ୍ନାଥ ବେହେରା ଓ ଏସ ଆଇ ସମ୍ବିତ ପ୍ରାଧନ ମତ ରଖିଥିଲେ l ପୋଲିସ ହେଉଛି ଜନସାଧାରଣ ଙ୍କ ପ୍ରକୃତ ବନ୍ଧୁ ପୋଲିସ କୁ ଭୟ କରିବା କିଛି ନାହିଁ l ଜନସାଧାରଣ ଙ୍କ ମନରେ ପୋଲିସ ପ୍ରତି ଭୟ ରହିଛି ତାହା ଦୂର କରିବା କୁ ଥାନା ଅଧିକାରୀ ସୁନିତା ବେହେରା କହିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର 12 ଗୋଟି ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଗଣମଧ୍ୟମ ପରିତିନିଧି ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ପୋଲିସ ଇ ଏସ ଆଇ ଜଗନ୍ନାଥ ବେହେରା, ଏସ ଆଇ ସମ୍ବିତ ପ୍ରାଧନ, କନଷ୍ଟେବଲ ଦୁର୍ଗା ପ୍ରସାଦ ଯୋଗିନୀ ସୁନୀଲ କୁମାର ଡାକୁଆ, ବାସନ୍ତୀ ଲତା ବାଉରୀ, ଅନିଲ ଶତପଥୀ, ଶମ୍ବୁ ପାଲକା, ଭଞ୍ଜ କିଶୋର ଗୌଡ଼, ଭାସ୍କର ଶବର, ପବିତ୍ର ଶବର ଗୃହ ରଖି ଜୟ ଦେବ କରକରିଆ, ତ୍ରିନାଥ ରାଓ, ସିଭାବତୀ ନାଗ, ଦୟାନିଧି ନାଲା, ପ୍ରମୁଖ ବୈଠକ ରେ ଯୋଗ ଦେଇ ପରିଚାଳନା କରିଥିଲେ l
