ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ମୋଟରସାଇକେଲ ପେଟ୍ରୋଲିଂର ଶୁଭାରମ୍ଭ। ଆଜି ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଇ ଜି ନୀତି ଶେଖର ଙ୍କ ଦ୍ଵାରା ୧୫ ଟି ମୋଟରସାଇକେଲ ପେଟ୍ରୋଲିଂ ଗାଡ଼ି ର ଶୁଭାରମ୍ଭ ହୋଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ବ୍ୟବହାର ହେବାକୁ ଥିବା ଉକ୍ତ ମୋଟରସାଇକେଲ ରେ ସାଇରନ୍, ଆଲୋକିତ ପତାକା ଓ ବୃତ୍ତାକାର ଫୋନ ସଂଯୁକ୍ତ ହୋଇଛି।୧୫ ଟି ମୋଟରସାଇକେଲ ମଧ୍ୟରୁ ୫ ଟି ବ୍ରହ୍ମପୁର ଟ୍ରାଫିକ ଥାନା କୁ ମିଳିଥିଲା ବେଳେ ଟାଉନ ଥାନା, ବଡ଼ବଜାର ଥାନା, ଗୋଷାଣୀ ନୁଆଁଗାଁ ଥାନା, ବୈଦ୍ୟନାଥ ପୁର ଥାନା ଓ ନିମଖଣ୍ଡି ଥାନା କୁ ୨ଟି ଲେଖାଏଁ ଗାଡ଼ି ମିଳିଥିବା ଜଣାପଡିଛି।
