ଟିକାବାଲି ବଜାର ବିଦ୍ୟାଳୟରେ ବର୍ଷା ହେଲେ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ରେ ଯାତାୟାତରେ ବାଧାପ୍ରାପ୍ତ

ଟିକାବାଲି ବଜାର ବିଦ୍ୟାଳୟରେ ବର୍ଷା ହେଲେ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ରେ ଯାତାୟାତରେ ବାଧାପ୍ରାପ୍ତ…….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବଜାରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପରିସରଭିତରେ ଆଣ୍ଠୁ ଏପାଣି l ବିଦ୍ୟାଳୟ ରେ ଯାତାୟାତ,ପାଠପଢ଼ାରେ ଛାତ୍ରଛାତ୍ରୀ ମାନଙ୍କ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପ୍ରୋର୍ଯ୍ୟନ୍ତ ୨୩୦ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାପାଇଁ ବେବସ୍ଥା ରହିଛି । ସ୍କୁଲରେ ୯ଟି କ୍ଳାସ ରୁମ୍ ରହିଅଛି ବର୍ତ୍ତମାନ ପ୍ରଧାନ ଶିକ୍ଷୟତ୍ରୀ ସମେତ ୬ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଶିକ୍ଷକ ରହିଛନ୍ତି । ସ୍କୁଲରେ ଭିତରେ ପ୍ରତ୍ୟେକ ବର୍ଷା ଦିନରେ ବର୍ଷା ଆସିଲେ ସ୍କୁଲ୍ ସମ୍ମୁଖରେ ଆଣ୍ଠୁରେ ପାଣି ଜମି ରହୁଛି ଏବଂ ବେଳେ ବେଳେ ଶ୍ରେଣୀ ଗୃହରେ ପାଣି ପସି ଯାଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠପଢ଼ାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ବିଷୟରେ ଆମେ ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରି ବୁଝିବାରୁ କହିଥିଲେ ଯେ ଅଭିଭାବକ ମାନେ ଦିର୍ଘବର୍ଷ ହେବ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାର, ଏବଂ ସରପଞ୍ଚ ଲିଖିତ ଭାବରେ ଅଭିଯୋଗ କରିଥିଲେ ସୁଧା ଆଜି ପ୍ରୋର୍ଯ୍ୟନ୍ତ କୈାଣସି ପ୍ରକାରେ ସମାଧାନ ହୋଇ ପାରିଲା ନାହିଁ । ଆଉ କହିଛନ୍ତି ଯେ ପିଲାମାନେ ବର୍ଷା ସମୟରେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଗୃହ ନଥିବାରୁ ଏପିଣ୍ଡା ସେପିଣ୍ଡା ହୋଇ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ କଟିକଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଟିକାବାଲି ବଜାର ସ୍କୁଲରେ କାହିଁକି ବେବସ୍ଥା କରା ଯାଉନାହିଁ ବୋଲି ଟିକାବାଲି ଜନସାଧାରଣ ଦାବି କରିଛନ୍ତି। ଉକ୍ତି ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ ଙ୍କୁ ଆମେ ପଚାରି ବୁଝିଥିଲୁ ବିଡିଓ ସଂଗେ ସଂଗେ ବାହାରି ବିଦ୍ୟାଳୟ କୁ ପରିଦର୍ଶନ କରି ସମସ୍ୟା ପଚାରି ବୁଝୁ କହିଥିଲେ ଯେ ବିଡିଓ ଅଳ୍ପଦିନ ମଧ୍ୟରେ କିଭଳି ଭାବରେ ସ୍କୁଲରେ ଜଳ ନିଷ୍କାସନ ହେବ ତାହାର ପଦେକ୍ଷପ ନିଆଜିବ ବୋଲି ପ୍ରତିଶ୍ରୁତି ଦେଇଥିଲି ‌।

Leave a Reply

Your email address will not be published. Required fields are marked *