ଗ୍ରାମାଞ୍ଚଳ ର ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରିବା ନେଇ ବୈଠକ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ପ୍ରାଙ୍ଗଣରେ ରୋଜଗାକ୍ଷମ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ସମୟ ଅପରାହ୍ନ ୨ ଘଣ୍ଟିକାବେଳେ ଟିକାବାଲି ଗ୍ରାମପଞ୍ଚାୟତ ଭବନ ସଭାଗୃହ ଠାରେ ତିତିକ୍ଷା ୱେଲଫେୟାର କନ୍ଧମାଳ (DDM),ଜିଲ୍ଲା ଉନ୍ନୟନ ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ଗୋବିନ୍ଦ ଚନ୍ଦ୍ର କହଁର,୫ ଗୋଟି ଜିଲ୍ଲା ଦାୟିତ୍ୱରେ (RM ) ରେଜିନାଲ ଅଫିସର ଶ୍ରୀ ବିମଳ କୁମାର ଦେହୁରୀ ଙ୍କ ଉପସ୍ଥିତିରେ ଏକ ସମ୍ମିଳନୀ ସଭା ଆୟୋଜନ ହୋଇଥିଲା। ଏହି ଆୟୋଜନ ଟିକାବାଲି ବ୍ଲକ ଉନ୍ନୟନ ପରିଚାଳନା ( BDM )ଶ୍ରୀ ବସନ୍ତ ଦିଗାଲ ( ABDM ) କେଦାର ଦିଗାଲ ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିରେ ୫ ଗୋଟି ବ୍ଲକ : BDM.ABDM.PDM.PRO ସମସ୍ତ କାର୍ଯ୍ୟ କର୍ତ୍ତା ଯୋଗଦାନ ଦେବା ସହ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ଯୋଗଦାନ ଦେଇଥିଲେ। ଏହାର ମୂଳଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା ବେକାର ଯୁବକ/ଯୁବତୀ ମାନଙ୍କୁ ରୋଜଗାର କ୍ଷମ ଦେବା ସହ ପ୍ରତ୍ୟେକ ଗରିବ ପରିବାରର ଙ୍କୁ ସାହାଯ୍ୟ କରିବା ଓ ସ୍ୱାବଲମ୍ବୀ ହେବା। ଯଥା- ଶିକ୍ଷା,ସ୍ୱାସ୍ଥ୍ୟ ପ୍ରତି ଅଧିକ ଦୃଷ୍ଟି ଆକର୍ଷଣ କରାଯିବା ନେଇ ଆଲେଚନା ହୋଇଥିଲା।ସଭାଟିକୁ ପରିଚାଳନା ଜି.ଉଦୟଗିରି BDM ଗୋଲକ ପ୍ରଧାନ କରିଥିବା ବେଳେ RM ସାର ଶ୍ରୀ ବିମଳା କୁମାର ଦେହୁରୀ ଧନ୍ୟବାଦ୍ ଦେବା ସହ DDM ସାର ଶ୍ରୀ ଗୋବିନ୍ଦ ଚନ୍ଦ୍ର କହଁର ସଭା ସାଙ୍ଗ କରିଥିବା ଜଣାପଡିଛି l
