ଲାୟନ୍ସ କ୍ଲବ ସେମିଳିଗୁଡାରେ ସିଲେଇ ତାଲିମ ଶିବିର ଉଦଘାଟିତ ସେମିଳିଗୁଡା.ତାରିଖ ୧୨.୭.୨୦୨୫.ସେମିଳିଗୁଡା ଲାୟନ୍ସ କ୍ଲବଠାରେ ମଲ ଓ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ଯ କରୁଥିବା ଝିଅ ମାନଙ୍କ ପାଇଁ ଏକ ସିଲେଇ ତାଲିମ ଶିବିର ଉଦଘାଟନ ହୋଇଯାଇଛି।ଲାୟନ୍ସ କ୍ଲବର ଉପ ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଦ୍ବିତୀୟ ପର୍ଯ୍ଯାୟ ଶିବିରକୁ ଉଦଘାଟନ କରି ଶ୍ରୀମତୀ ମିଶ୍ର ଏହି ଝିଅ ମାନେ ମଲରେ କାର୍ଯ୍ଯ କରି ମଧ୍ଯ ସକାଳୁ ଆସି ଏହି ଚାରିମାସିଆ ତାଲିମ ନେଉଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ ଓ ଆଗକୁ ନିଜେ ରୋଜଗାରକ୍ଷମ ହେବାରେ ସେମାନଙ୍କୁ ସାହାଯ୍ଯ କରିବ ବୋଲି କହିଥିଲେ।ଡକ୍ଟର ମିଶ୍ର ଶିକ୍ଷାର୍ଥୀମାନଙ୍କୁ ନିଷ୍ଠାର ସହିତ ଏହା ଶିଖିବାପାଇଁ କହିଥିଲେ। କ୍ଲବର ବରିଷ୍ଠ ସଦସ୍ଯ ସୁକାନ୍ତ କୁମାର ସାମଲ ଉପସ୍ଥିତ ରହି ସମସ୍ତଙ୍କୁ ଉସ୍ଚାହିତ କରିଥିଲେ।ମୋଟ ପନ୍ଦର ଜଣ ଝିଅ ଏହି ପର୍ଯ୍ଯାୟରେ ତାଲିମ ନେଉଛନ୍ତି। କ୍ଲବର ବରିଷ୍ଠ କ୍ୟାବିନେଟ ମେମ୍ବର ଆନନ୍ଦ କୁମାର ପାଟୱାନିଆ ଏହି ତାଲିମ ପାଇଁ ସିଲେଇ ମେସିନ ପ୍ରଦାନ କରିଛନ୍ତି।

