ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସକୁ ମିଳିଛି ବଡ ସଫଳତା। ଏସିପିଙ୍କ ସମ୍ମୁଖରେ ୨୨ ଜଣ ନକ୍ସଲ ଆତ୍ସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ଆବୁଝମାଡ ଅଂଚଳରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ କିଛି ତେଲନାର, ଆମଦାଇ ଏବଂ କୁତୁର ଏରିଆ କମିଟିର ରହିଥିବା ପୁଲିସ କହିଛି। ସମସ୍ତ ୨୨ ଜଣ ନକ୍ସଲ ନାମରେ ସରକାର ୩୭ ଲକ୍ଷ ୫୦ ହଜାର ଟଂକା ପୁରସ୍କାର ଘୋଷଣା କରିଥିଲେ।
