ଶିକ୍ଷକଙ୍କୁ ଉଠାଇ ନେଇ ଆକ୍ରମଣ ଓ ଲୁଟ୍।

ଚିକିଟି ନୁଆ ଗାଁ ଥାନା ଅର୍ନ୍ତଗତ ଡୁମାଣି ରତନେଇ ମନ୍ଦିର ନିକଟ ଏକ ନିଚ୍ଛାଟାଆ ସ୍ଥାନରେ ରାଜେଶ୍ କୁମାର ପାତ୍ର ନାମକ ଜଣେ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ କରି ପକେଟ୍ ଥିବା କିଛି ନଗଦ ଟଙ୍କା ଲୁଟ୍ ନେଇଥିବା ଥାନା ରେ ଅଭିଯୋଗ ହୋଇଛି। ନୁଆ ଗାଁ ଥାନା ପୋଲିସ୍ ଅଭିଯୋଗ ଗ୍ରହଣ କରି ନିକଟରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ଅନୁସନ୍ଧାନ ଚଳାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଶିକ୍ଷକ ପାତ୍ର ପୁହୁଣ୍ଡି ସରକାରୀ ବିଦ୍ୟାଳୟର ଶିକ୍ଷକ ଅଟନ୍ତି। ନିଜ ମୋଟରସାଇକେଲ ରେ ସ୍କୁଲ ଯାଉଥିବା ବେଳେ ଉକ୍ତ ସ୍ଥାନରେ ୪ ଯୁବକ ହଠାତ୍ ପହଞ୍ଚି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ ଓ ସେ ରାଜି ନହେବାରୁ ଆକ୍ରମଣ କରି ଟଙ୍କା ଲୁଟ୍ ନେଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *