ବ୍ରହ୍ମପୁର ସହର ଉପକଣ୍ଠ ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଆଙ୍କୁଲି ନିକଟସ୍ଥ ଜାତୀୟ ରାଜପଥ ରେ ଏକ ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛି। ଆହତ ଛାତ୍ରୀ ଜଣକ ନିଜ ସ୍କୁଟି ରେ ଯାଉଥିବା ବେଳେ ଏକ ମିନି ଟ୍ରକ୍ ଧକ୍କା ଦେଇଥିଲା। ଯାହା ଫଳରେ ଛାତ୍ରୀ ଜଣକ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଏକ୍ଟିଭା ସ୍କୁଟି ଟି ଗାଡ଼ି ଚକା ତଳେ ରହି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରୀ କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *