୭ଦଫା ଦାବୀ ରେ ଡ୍ରାଇଭର ସଂଘ ର ଆନ୍ଦୋଳନ ଦୁତୀୟ ଦିନ ।

୭ଦଫା ଦାବୀ ରେ ଡ୍ରାଇଭର ସଂଘ ର ଆନ୍ଦୋଳନ ଦୁତୀୟ ଦିନ ।ଆର,ଉଦୟଗିରି. (ମନୋଜ କୁମାର ପାଢୀ) ୭ ଦଫା ଦାବି ନେଇ ମଙ୍ଗଳବାର ଠାରୁ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ଓଡିଶା ଡ୍ରାଇଭର ମହାସଂଘ l ଏହି ଆନ୍ଦୋଳନ ଅବସରରେ ଗଜପତି ଜିଲ୍ଲା ମୋହନା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଛେଳିଗଡ, ରାମଗିରି ଓ ଆର,ଉଦୟଗିରି ଡ୍ରାଇଭର ସଂଘ ମଧ୍ୟ ଧର୍ମଘଟ ରେ ବସିଛନ୍ତି l ଡ୍ରାଇଭର ମାନେ ଧର୍ମଘଟ ସହ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଯୋଗୁଁ ଗାଡି ଚଳାଚଳ ଦୁଇ ଦିନ ହେବ ପ୍ରଭାବିତ ହୋଇଛି l ଚକ ଅଖ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ସାଧାରଣ ଲୋକେ ଯାତାୟତ ରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ସରକାର ଡ୍ରାଇଭର ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ଅଟୋ ଡ୍ରାଇଭର ଙ୍କୁ ଡ୍ରାଇଭର ର ମାନ୍ୟତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ରେ ରାସ୍ତା କଡରେ ଶୌଚାଳୟ, ବିଶ୍ରାମଗାର ନିର୍ମାଣ, ବୃତ୍ତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ସେପ୍ଟେମ୍ବର ୧ କୁ ସରକାରୀ ଭାବେ ଡ୍ରାଇଭର ଦିବସ ପାଳନ, ଓଡ଼ିଶାର ଖଣି ଖାଦାନ ଓ କାରଖାନା ଗୁଡିକରେ ଓଡିଶା ଡ୍ରାଇଭର ଙ୍କୁ ଅଗ୍ରାଧିକାର ଓ ଗାଡି କାଗଜପତ୍ର ଯାଞ୍ଚ କରିବା କ୍ଷମତା ପୁଲିସ ବିଭାଗ କୁ ଦିଆନଯିବା ଆଦି ୭ ଦଫା ଦାବି କରିଛନ୍ତି ଡ୍ରାଇଭର ସଂଘ l ଏନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଉନାହାନ୍ତି l ତେଣୁ ସେମାନେ ଦୁଇଦିନ ହେବ ଡ୍ରାଇଭର ମାନେ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ ରେ ବସିଛନ୍ତି ବୋଲି କହିବା ସହ ଯେତେଦିନ ପର୍ଯ୍ୟନ୍ତ ସରକାର ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ସଦସ୍ୟ କହିଛନ୍ତି l ବିଭିନ୍ନ ଗ୍ରାମର ଡ୍ରାଇଭର ସଂଘ ସଭାପତି , ଉପ ସଭାପତି ଓ ସମ୍ପାଦକ ଙ୍କ ନେତୃତ୍ୱରେ ଧର୍ମଘଟ କରାଯାଇଛି ।

Leave a Reply

Your email address will not be published. Required fields are marked *