ସିଙ୍ଗାବାଡି ଦୀଲିପ୍ ପାତ୍ର ହତ୍ୟା ମୁଖ୍ୟ ଅଭିଯୁକ୍ତ ଗିରଫ।
ଗୋଳନ୍ଥରା ଥାନା ଅର୍ନ୍ତଗତ ସିଙ୍ଗାବାଡି ଗ୍ରାମରେ ଗତ ୬ ତାରିଖ ରାତିରେ ଦୀଲିପ୍ ପାତ୍ର ନାମକ ଜଣେ ଯୁବକ କୁ ପୁର୍ବ ଶତୃତା କୁ ନେଇ ସେହି ଗ୍ରାମର ପିତବାସ ସାହୁ ଓ ଆଉ କିଛି ଯୁବକ ଘରୁ ଡାକି ଆଣି ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ମୃତ ଦୀଲିପ ର ବଡ଼ଭାଇ ହରିଶ୍ଚନ୍ଦ୍ର ପାତ୍ର ଗତ ୭ ତାରିଖ ରେ ଗୋଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୮୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପିତବାସ ସାହୁ କୁ ଟାମଣା ଛକରୁ ଧରି ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୦୩ ଓ ୩ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତି ପ୍ରଦାନ କରିଛନ୍ତି।
