ଅଟୋ ଓଲଟି ଜଣଙ୍କ ର ମୃତ୍ୟୁ।

ହିଞ୍ଜିଳି ଥାନା ଅର୍ନ୍ତଗତ ନନ୍ଦିକ ଗ୍ରାମରେ ଅଟୋ ଓଲଟି କାର୍ତ୍ତିକ ଦାସ ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି। ସୁଚନା ଥାଊକି ଛତ୍ରପୁର ଠାରୁ ହିଞ୍ଜିଳି ଯାଉଥିବା ଉକ୍ତ ଅଟୋରେ ମୃତ କାର୍ତ୍ତିକ ନିଜ ଗ୍ରାମ ବଣବୁଲାପଲିରୁ ହିଞ୍ଜିଳିକାଟୁ ଯିବା ବେଳେ ନନ୍ଦିକ ଗ୍ରାମରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼କୁ ଖସି ଓଲଟି ପଡିଥିଲା। ଯାହା ଫଳରେ କାର୍ତ୍ତିକ ଗୁରୁତର ଆହତ ହୋଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ଓ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ କାର୍ତ୍ତିକ ର ପୁତୁରା ହେମନ୍ତ ଦାସଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୫୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଅଟୋ ର ଡ଼୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *