ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ପରିଦର୍ଶନ କରିବା ସହ କୋରାପୁଟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ତଥା ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସୁନାବେଡ଼ା ଠାରେ ନୂତନ ଶୈକ୍ଷିକ ଭବନ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହ ଶାବର ଶ୍ରୀକ୍ଷେତ୍ର, କୋରାପୁଟରେ ଅନୁଷ୍ଠିତ ପବିତ୍ର ‘ ବାହୁଡା଼ ଯାତ୍ରା’ ରେ ଯୋଗ ଦେଇଥିଲେ।



