ଭାରସାମ୍ୟ ହରାଇ ଓଲଟିଲା କାର୍ ତିନି ଆହତ l ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜ଼ିଲ୍ଲା ଅଡବା ଥାନା ଖାରୀଗୁଡା ନିକଟସ୍ଥ ଭୀମଦଲି ଘାଟିରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ଯାତ୍ରା କରୁଥିବା ତିନି ଜଣ ବାପା, ମାଁ ଏବଂ ଝିଅ ଆହତ ହୋଇଛନ୍ତି l ରାୟଗଡା ଜ଼ିଲ୍ଲା ରାମନାଗୁଡା ର ଶିବ ପ୍ରସାଦ ତାଙ୍କ ଝିଅ ଏବଂ ସ୍ତ୍ରୀ ଙ୍କ ସହ ଖୋର୍ଦ୍ଧା ଯାଉଥିବା ବେଳେ ଭୀମଦଲି ଘାଟିରେ ଏକ ବସ୍ କୁ ସାଇଡ୍ ଦେବାବେଳେ କାର୍ ଟି ରାସ୍ତା ପାର୍ଶ୍ୱ ର 10 ଫୁଟ ତଳକୁ ଖସିଯାଇଥିଲା l ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରିବା ସହ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଛି l
