ବୁର୍ବୀନାଜୁ ଗ୍ରାମପଞ୍ଚାୟତ ପାଖରେ ଥିବା ଶଙ୍ଖ ମରଣ ଯନ୍ତା ପାଲଟିଛି..

ବୁର୍ବୀନାଜୁ ଗ୍ରାମପଞ୍ଚାୟତ ପାଖରେ ଥିବା ଶଙ୍ଖ ମରଣ ଯନ୍ତା ପାଲଟିଛି…………………………..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) ତା ୦୫/୦୭/ ୨୫, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା ନିକଟରେ ଥିବା ଏକ ଦୀର୍ଘ ଦିନ ହେବ ଶଙ୍ଖ ଜରା ଜୀର୍ଣ୍ଣ ଅବସ୍ଥା ରେ ଅଛି l ଏହି ରାସ୍ତା ରେ ପ୍ରତି ଦିନ ହଜାରେ ହଜାର ଲୋକ ନିର୍ଭର କରନ୍ତି lସକାଳୁ ଜନସାଧାରଣ ଙ୍କ ଯାତାୟାତ ରେ ବଡ଼ ବଡ଼ ଖାଲ ଖମା ରାସ୍ତା ରେ ଚାଲିବା ସାଇକେଲ ନେବାରେ ବି ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଏହି ରାସ୍ତା ମୁଖ୍ୟତଃ ଟିକାବାଲି ରୁ ପାବୁରିଆ, ରାଇକିଆ, ଗୁଟିଙ୍ଗିଆ, ସାରଙ୍ଗଗଡ଼,ବାଲିଗୁଡା ଆଦି ସହର କୁ ଯିବା ପାଇଁ ଏକ ମାତ୍ର ମଧ୍ୟ୍ୟମ ହେଉଛି l ଏହି ରାସ୍ତା ପ୍ରତି ଦିନ ଜନସାଧାରଣ ଲୋକ ହଜାର ହଜାର ଗାଡି ମଟର, ଆମ୍ବୁଲାନ୍ସ, ସ୍କୁଲବସ,ସହିତ ଭାରି ଯାନ ଚଳ ପ୍ରଚଳ ହେଉଛି l ନିର୍ବାଚନ ମଣ୍ଡଳୀ ର ନେତା ମନ୍ତ୍ରୀ ସମେତ ସରକାରୀ ବାବୁ ମାନଙ୍କ ଗାଡ଼ି ବି ଏହି ରାସ୍ତା ଦେଇ ନିତ୍ୟ ଯିବା ଆସିବା କରନ୍ତି l ବସ୍ତବ ରେ ପ୍ରଶାସନ ର କିମ୍ବା ନେତା ମନ୍ତ୍ରୀ ଙ୍କ ନଜର ପଡୁନି କି ଦୃଷ୍ଟି ରେ ଆସୁନି ଏଭଳି ଏକ କଦର୍ଯ୍ୟ ଏବଂ ବିପଦ ସଂକୁଳ ଶଙ୍ଖ ଉପରେ l ଅନେକ ଲୋକ ଦୁର୍ଘଟଣା ର ଶିକାର ମଧ୍ୟ ଏହି ରାସ୍ତା ରେ ହେଇଥିବା ନଜର ଆସିଛି ଯାହାକି ପରିବାର ପ୍ରତି ଏହି ଜରାଜୀର୍ଣ୍ଣ ରାସ୍ତା ଦୁଃଖ ଆଣି ଦେଇଛି l ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଶାସନ ଅଧୀନରେ ଥିବା ପରିପ୍ରେକ୍ଷୀରେ ଏପରି ଏକ ଦୟନୀୟ ରାସ୍ତା କୁ ଦେଖିଲେ ଲାଗୁଛି ବିଭାଗ ଅଧିକାରୀ ବାବୁ ମାନଙ୍କ ଆଖିରେ ପୁଟୁଳା ବନ୍ଧା ହୋଇଛି l ଖବର ପ୍ରସାରଣ ପରେ ଯଦି ସରକାର, ପ୍ରଶାସନ ବିଭାଗ ନଜର ନ ପଡ଼େ ଆଗାମୀ ଦିନରେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *