ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ବାହୁଡା ଯାତ୍ରା ମହା ଉତ୍ସାହ ଉଦ୍ଦୀପନା ସହିତ ସଂପନ୍ନ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ବାହୁଡା ଯାତ୍ରା ମହା ଉତ୍ସାହ ଉଦ୍ଦୀପନା ସହିତ ସଂପନ୍ନ ହୋଇଯାଇଛି।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ବାହୁଡା ଯାତ୍ରା ମହାସମାରୋହରେ ଓ ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି। ଏହି ବାହୁଡା ଯାତ୍ରାର ଛେରାପହଁରା କରିଥିଲେ, ରଶ୍ମିରଞ୍ଜନ ପାଢ଼ୀ ।ଏଥିରେ ଜଗନ୍ନାଥ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଶ୍ରୀଜିଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ବହୁ ସ୍ଵେଚ୍ଛାସେବୀ, ସଂଗଠନ ସହଯୋଗ କରିଥିଲେ। ବହୁ ସଂଖ୍ୟାରେ ଦୋକାନ ବଜାର ଲାଗି ଥିବାରୁ ଶ୍ରଦ୍ଧାଳୁ ମାନେ କିଣାକିଣି, ଖାଇବା ର ମଜା ନେଇଥିଲେ। ଭେଡେନ ଥାନା ପୋଲିସ ଆଇଆଇସି ଶୁସାନ୍ତ କୁମାର ଦାଶ ଓ ପୋଲିସ ଷ୍ଟାପ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ, ଆସନ୍ତା କାଲି ସୁନାବେଶ ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *