ରାୟଗଡ଼ା ନଗର ଭାଜପା ପକ୍ଷରୁ ବୃଦ୍ଧା ଏବଂ ଅନାଥ ପିଲାଙ୍କୁ ରଥଯାତ୍ରା ଦର୍ଶନ କରାଇଲେ

ରାୟଗଡ଼ା ନଗର ଭାଜପା ପକ୍ଷରୁ ବୃଦ୍ଧା ଏବଂ ଅନାଥ ପିଲାଙ୍କୁ ରଥଯାତ୍ରା ଦର୍ଶନ କରାଇଲେ

ରାୟଗଡ଼ା : ତା : ୦୪/୦୭/୨୫ମହାପ୍ରଭୁଙ୍କର ରଥଯାତ୍ରା ଏକ ଦୃଷ୍ଟାନ୍ତ ମୂଳକ ମାନବୀୟ ଲୀଳା।ଶ୍ରଦ୍ଧା, ସଂସ୍କୃତି ଏବଂ ଭକ୍ତିର ଅଦ୍ଭୁତ ସଙ୍ଗମର ଏକ ଉଦାହରଣ ଦେଉଥିବା ଏହି ଯାତ୍ରା ପ୍ରତିବର୍ଷ କୋଟି କୋଟି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ରଥଯାତ୍ରା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବରଂ ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।ତେବେ ସମସ୍ତଙ୍କ ଇଚ୍ଛା ଥାଏ ଥରେ ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟ ରେ ନଥାଏ। ରାୟଗଡ଼ା ଭାରତୀୟ ଜନତା ପାର୍ଟି ନଗର ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ନଗର କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ରାୟଗଡ଼ା ଠାରେ ଥିବା ମାତୃ ଶକ୍ତି ବରିଷ୍ଠ ନାଗରିକ ଗୃହର ଅନେକ ବୃଦ୍ଧା ଏବଂ ସ୍ଥାନୀୟ ରୋଇତ କଲୋନୀ ର ତିରୁପତି ନବଜୀବନ ସଂସ୍ଥା ଗରୀବ ଆଦିବାସୀ ଝିଅ ମାନଙ୍କୁ ନେଇ ରାୟଗଡ଼ା ରଥ ଯାତ୍ରା ବୁଲେଇବା ସହ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ମାଙ୍କ ଦର୍ଶନ କରାଇଥିଲେ। ଉଭୟ ଅନାଥ ବୃଦ୍ଧ ବାପା ମା ଏବଂ ଅନାଥ ପିଲା ମାନେ ଦର୍ଶନ କରିବା ପରେ ଭାଜପା କାର୍ଯ୍ୟକର୍ତ୍ତା ଙ୍କୁ ଭୂରି ଭୂରି ପ୍ରଶଂସା କରିଥଲେ। ନଗର ସଭାପତିଙ୍କର ଏଭଳି ସାମାଜିକ କାର୍ଯ୍ୟକ୍ରମ କୁ ନଗର ମହଲରେ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ନଗର ଭାଜପା ର ଅଜୟ ଚୁଲେଟ, ପି କ୍ରିଷ୍ଣା, ଶିବା ଭାସ୍କର, ଟି ଦେବି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *