ଥୁଆପାଲି ଠାରେ ନଳକୂଅ ଅଚଳ ପାନୀୟଜଳର ସମସ୍ୟା ଦୂରକରି ପାଇଁ ଜନସାଧାରଣକଂ ଅଭିଯୋଗ ।
ବରଗଡ – (ଭବାନୀ ଶଙ୍କର) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ର ଥୁଆପାଲି ର ନଳକୂଅ ଗୁଡିକ ଅଚଳ ଅବସ୍ଥା ରେ ପଡିରହିଛି, ଅଂଗନଓ୍ବାଡି କେନ୍ଦ୍ର, ଥୁଆପାଲି ଛକ, ଅନ୍ୟ ଏକ ନଳକୂଅ ପାଣି ବାହାରୁଛି କିନ୍ତୁ ପିଇବା ଉପଯୋଗୀ ହୋଇ ପାରୁନାହିଁ ଓ ଏହା ସହିତ ସୋଲାର ନଳକୂଅ ଦୀର୍ଘ ମାସାଧିକ ହେଲା ଅଚଳାବସ୍ଥା ପଡିରହିଛି।ଫଳରେ ପାନୀୟଜଳର ଅସୁବିଧା ପରିଲକ୍ଷିତ ହେଉଛି। ଯାହା ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ। ଆରଡବ୍ଲୁ ଏସଏସ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ପାନୀୟଜଳର ସୁବ୍ଯବସ୍ଥା କରିବାକୁ ଜନସାଧାରଣରେ କଂ ଦାବି ହେଉଛି।
