ରଥଯାତ୍ରା ଅବସରରେ ଗୁିଖାଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି( ମନୋଜ ପାଢୀ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଭକ୍ତମାନେ ଆସି ମହାପ୍ରଭୁଙ୍କ ଅନ୍ନ ପ୍ରସାଦ ସେବନ କରୁଛନ୍ତି। ଠାକୁରଙ୍କୁ ଅନ୍ନ ଭୋଗ ହେଲା ପରେ ମନ୍ଦିର ସେବାୟତମାନେ ପ୍ରସାଦ ସେବନ କରିଥିଲେ।ତା ପରେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲାଭଜା ଖେଚୁଡ଼ି, ଅନ୍ନ, ଡାଲି, ତରକାରୀ କ୍ଷୀରି, ଖଟା ଏହିଭଳି ବିଭିନ୍ନ ପ୍ରକାର ପ୍ରସାଦ ବିତରଣ କରାଯାଉଛି।ରଥଯାତ୍ରା ଅନ୍ନ ପ୍ରସାଦ କମିଟି ପକ୍ଷରୁ ଗୁଣ୍ଡିଚା ବାଡିରେ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରା ଅନ୍ନ ପ୍ରସାଦ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତୟନ କରାଯାଇଛି।।ଭକ୍ତ ମାନେ ଆତ୍ମ ତୃପ୍ତିରେ ଠାକୁରଙ୍କ ର ଅନ୍ନ ପ୍ରସାଦ ସେବନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।

By admin

Leave a Reply

Your email address will not be published. Required fields are marked *