ପାରଳାଖେମୁଣ୍ଡିର ଗୁଣ୍ଡିଚାବାଡ଼ି ଠାରେ ହେରାପଞ୍ଚମୀ ମହା ସମାରୋହରେ ପାଳିତ

ଗଜପତି(ମନୋଜ ପାଢୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ ହୋଇ ଯାଇଛି।ଆଷାଢ଼ ମାସର ଶୁକ୍ଳ ପଞ୍ଚମୀରେ ହେରା ପଞ୍ଚମୀ ପାଳିତ ହୋଇଥାଏ।ମାଆ ମହାଲକ୍ଷ୍ମୀଙ୍କୁ ଏକା ଛାଡି ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି।ଦିନେ ଦୁଇ ଦିନରେ ଫେରି ଆସିବି ବୋଲି ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥାନ୍ତି।କିନ୍ତୁ ତାଙ୍କ ପ୍ରତିଶୃତିକୁ ଭକ୍ତଙ୍କ ଗହଣରେ ରହି ଭୁଲି ଯାଆନ୍ତି।ଅଭିମାନ ଓ କ୍ରୋଧରେ ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ସେତେବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ହୋଇ ପହଡ଼ ପଡିଥାଏ।ମାଆ ମହାଲକ୍ଷ୍ମୀ ବିରସ ମନରେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଯାନ୍ତି।ଗଲାବେଳେ ନିଜର ଅଭିମାନକୁ ଦେଖାଇବା ପାଇଁ ରଥ କାଠ ଖଣ୍ଡିଏ ଭାଙ୍ଗିଦେଇ ଯାଆନ୍ତି।ଆଜି ପାଗ ଅନୁକୂଳ ହୋଇଥିବାରୁ ଆଖପାଖ ପୁରପଲ୍ଲୀରୁ ଓ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୃତୟନ ହୋଇଛନ୍ତି ଗଜପତି ରୁ ବିବେକାନନ୍ଦ ବେହେରା ।

By admin

Leave a Reply

Your email address will not be published. Required fields are marked *