ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୭୬ ତମ ବନ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୭୬ ତମ ବନ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି(ମନୋଜ ପାଢୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ-ଖଣ୍ଡିୟ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ୭୬ ତମ ବନ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମ ସେଞ୍ଚୁରିଅନ ସ୍କୁଲ ନିକଟସ୍ଥ ଭୋୟା ପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଛରେ ପାଣି ଢ଼ାଳି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।ପରେ ପରେ ସମୂହ ଭାବେ ଭୋୟା ପାହାଡ ପରିସରରେ ୧୨ ହଜାର ୮୦୦ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ ।ଏହି ଅବସରରେ ବନ ଖଣ୍ଡ ଅଧିକାରୀ ତଥା ଡିଏଫଓ: ଶ୍ରୀ କେ: ନାଗରାଜୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସବୁଜ ଆଛାଦନ ବୃଦ୍ଧି କରିବା , ବନିକରଣକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଂରକ୍ଷଣରେ ଜନସାଧାରଣଙ୍କ ଅଂଶଗ୍ରହଣ କୁ ଉତ୍ସାହିତ କରିବା ଏହି ବନ ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି କହି ଚଳିତ ବର୍ଷ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପ୍ରାୟ ୩ ଲକ୍ଷ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଯିବ ବୋଲି କହିଥିଲେ । ।ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦାସ ଯୋଗ ଦେଇ ସୁସ୍ଥ ପରିବେଶ ସନ୍ତୁଳନ ପାଇଁ ଗଛ ତଥା ଜଙ୍ଗଲ ଆବଶ୍ୟକତାର ବିଭିନ୍ନ ଦିଗ ଉପରେ କହି ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ରହିଛି , ଜଙ୍ଗଲର ସୁରକ୍ଷା କରାଯିବା ସହିତ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି କରିବା ବର୍ତ୍ତମାନ ଆମ ପାଇଁ ଏକ ବଡ଼ ଆହ୍ବାନ ହୋପଡ଼ିଛି । ତେଣୁ ଏହି ପବିତ୍ର ବନ ମହୋତ୍ସବ ପାଳନ ଅବସରରେ ଅଧିକରୁ ଅଧିକ ଗଛ ଲଗାଇ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶ ସୃଷ୍ଟିର ସ୍ବପ୍ନକୁ ସାକାର କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକ , ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ବରିଷ୍ଠ ନାଗରିକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ଓ ସକ୍ରିୟ ସହଯୋଗ କାମନା କରିଥିଲେ ।ପରେ ଏହି କାର୍ଯ୍ୟକ୍ରମ ଅବସରରେ “ଏକ ପେଡ – ମା କେ ନାମ -୨.୦ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତାଧିକ ସଂଖ୍ୟାରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *