୬ ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।

ଗଜପତି (ମନୋଜ ପାଢୀ) : ରାୟଗଡ଼ ବ୍ଲକ ସଦର ମହକୂମା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାର ୬ ଜଣ ଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଅବସର ନେଇଥିବା ଶିକ୍ଷକ ମାନେ ହେଲେ ପି.ସୂବାରାଓ ଆଚାରି , ହାଡ଼ିୟା ଶବର ,ଶିବ ରାମ କିଙ୍ଗଲ , ଗଣପତି ପଣ୍ଡା ଓ ବାରିକ ଶବର।ଏହି ସମ୍ବର୍ଦ୍ଧନା ସଭା ରେ ୬ ଜଣ ଶିକ୍ଷକଙ୍କୁ ଉପୋଧୋକନ ଦେଇ ସମ୍ମାନୀତ କରାଯାଇ ପେନସନ ପେପର ପ୍ରଦାନ କରାଯାଇ ଥିଲା। ଏହି ଅବସର କାଳୀନ ସମ୍ବର୍ଦ୍ଧନା ରେ ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଟି.କିଶୋର କୁମାର ,ଏବିଇଓ ଯୁଧିଷ୍ଠିର ବେହେରା, ବରିଷ୍ଠ ସେକ୍ସନ ଅଧିକାରୀ ଓଷଧ ଦାସ ଙ୍କ ସହ ସମସ୍ତ ସି.ଆର.ସି.ସି ଏବଂ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ମାନେ ଥିଲେ । ଅବସର ନେବା ଦିନ ହିଁ ପେନସନ ପେପର ପାଇ ଥିବାରୁ ଉକ୍ତ ଛ ଜଣ ଶିକ୍ଷକ ମାନେ ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଟି.କିଶୋର କୁମାର ଓ ଓଷଧ ଦାସ ଙ୍କୁ ଧନ୍ୟବାଦ ଦେଇଛନ୍ତି।

By admin

Leave a Reply

Your email address will not be published. Required fields are marked *