ଭିଜନ ଡକ୍ୟୁମେଣ୍ଟ ସମ୍ପର୍କିତ ଆଲୋଚନାଚକ୍ର ।

ଗଜପତି(ମନୋଜ ପାଢୀ): ଗଜପତି ଜିଲ୍ଲାକୁ ଏକ ବିକାଶମୁଖୀ ଓ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ନାଗରିକ ମଞ୍ଚ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଗଜପତି ଭିଜନ ଡକ୍ୟୁମେଣ୍ଟ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାରଳାଦେବ ପଟ୍ଟନାୟକ ଓ ଅଶ୍ବିନୀ କୁମାର ପାଢ଼ୀ ଯୋଗଦେଇ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ପରିପ୍ରେକ୍ଷୀରେ ଗଜପତିର ସମ୍ଭାବ୍ୟ ଚିତ୍ର କ’ଣ ହେବା ଦରକାର ସେ ନେଇ ବିଶେଷ ଆଲୋଚନା କରିଥିଲେ । ଶିକ୍ଷାବିତ୍ ଶ୍ୟାମସୁନ୍ଦର ଗନ୍ତାୟତ ଓ ସାହିହିତ୍ୟିକ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମାଜର ସବୁବର୍ଗର ପ୍ରତିନିଧି ଏହି ଆଲୋଚନାଚକ୍ରରେ ଯୋଗଦେଇ ନିଜସ୍ବ ମତାମତ ପ୍ରଦାନ କରିଥିଲେ। କୃଷି, ଜଳସେଚନ, ପର୍ଯ୍ୟଟନ, ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗଜପତି ଜିଲ୍ଲାର ଦୃଶ୍ୟପଟ୍ଟ ପରିବର୍ତ୍ତନ ସହ ପାରଳାଖେମୁଣ୍ଡି ସହରର ସାମଗ୍ରୀକ ବିକାଶ ନିମନ୍ତେ ଏକ ୩୧୧ ୧ଜଣିଆ କାର୍ଯ୍ୟନିର୍ବାହୀ ସମିତି ଗଠନ କରାଯାଇଥିଲା.ଏହି କମିଟି ଏହାର ରିପୋର୍ଟ ପ୍ରଦାନ କରି ଗଜପତି ଜିଲ୍ଲାକୁ ସବୁମତେ ସର୍ବଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏହି ଆଲୋଚନାଚକ୍ରରେ ଆଲୋଚନା କରାଯାଇଥିଲା।

By admin

Leave a Reply

Your email address will not be published. Required fields are marked *