ଶୋଇଥିବା ଅବସ୍ଥାରେ ଯୁବକକୁ ହତ୍ୟା।
ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ପୁରା ବିପର୍ଯ୍ୟସ୍ତ। ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଭୀଷ୍ମଗିରିବଡ଼ଗୋଲା ସାହିରେ ବି .ରାମଚନ୍ଦ୍ର ( ଟୁଲୁ ପାତ୍ର)ନାମକ ଜଣେ ଯୁବକକୁ ହତ୍ୟା ହୋଇଛି । ମୃତ ଟୁଲୁ କୁ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ବେକକୁ କାଟି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ଜଣାପଡିଛି । ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
