ଗଞ୍ଜାମ ଜିଲ୍ଲାରେ ପୁଣି ଗଡିଲା ମୁଣ୍ଡ।

ଗଞ୍ଜାମ ଜିଲ୍ଲାରେ ପୁଣି ଗଡିଲା ମୁଣ୍ଡ।

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ବ୍ରାହ୍ମଣିଆପଲ୍ଲୀ ଗାଁରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଏ. ଲାଚ୍ଛେୟା ପାତ୍ର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁ ନିକଟରେ ଥିବା ରେଳ ଫାଟକ ନିକଟରେ ୭ ରୁ ୮ ଜଣ ବ୍ୟକ୍ତି କୌଣସି ଏକ କାରଣ କୁ ନେଇ ଲାଚ୍ଛେୟାଙ୍କୁ ମାଡ ମାରୁଥିଲେ। ଏ ନେଇ ସୂଚନା ପାଇ ବାପା ଏ. ଦିଲୁ ପାତ୍ର ଘଟଣା ସ୍ଥଳକୁ ଯାଇ ତାକୁ ଉଦ୍ଧାର କରିଥିଲେ। ପରେ ତାକୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଲାଚ୍ଛେୟାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *