କର୍ଣ୍ଣମୂଳଶୋଥ ସଚେତନା ଓ ସ୍ଵାସ୍ଥ୍ୟ ଶିବିର*

ରେଶମ ନଗରୀ ବ୍ରହ୍ମପୁର ସହରର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗାଲୁଆ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଖଟା,ଥଣ୍ଡା ଖାଇଲେ ଓ ବର୍ଷାରେ ଭିଜିଲେ ଥଣ୍ଡା ଓ ଭୂତାଣୁ ସଂକ୍ରମିତ ହୁଏ। ପ୍ରାୟତଃ ଶିଶୁ ଓ ବାଳକ ଙ୍କ କର୍ଣ୍ଣ ମୂଳ ଗ୍ରନ୍ଥି ଫୁଲି ଜ୍ୱର, ମୁଣ୍ଡବ୍ୟଥା, ଅରୁଚି, ସର୍ବାଙ୍ଗ ବ୍ୟଥା, ପାଟି ଖୋଲିଲେ ବ୍ୟଥା ଖାଦ୍ୟ ଗିଳିବାରେ କଷ୍ଟ ହୁଏ। ଅପଥ୍ଯ କଲେ ଉଭୟ କାନ ମୂଳ ଫୁଲିଯାଏ। ଏହି ଭଳି ପରିସ୍ଥିତିରେ ଦୁଦୁରା ପତ୍ର ବାଟି ସୋରିଷ ତେଲ ସହ ଭାଜି ଲଗାଇବେ। ଶୁଣ୍ଠି, ପିପ୍ପଳୀ, କଳାମରିଚ, ସୈନ୍ଧବ ଲବଣ ମିଶାଇ ଖାଇଲେ ଭଲ ହୋଇଯାଏ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିlଡ଼l. ନକୁଳ ସାହୁ, ଫୋନ 9861450612,

By admin

Leave a Reply

Your email address will not be published. Required fields are marked *