କୋରାପୁଟ ଜିଲ୍ଲା ସୀମାନ୍ତ ଗ୍ରାମ କୋଟିଆରେ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ପବିତ୍ର ରଥଯାତ୍ରା। କୋଟିଆ ରଥଯାତ୍ରାରେ ସାମିଲ ହେଲେ ୫ ବରିଷ୍ଠ ମନ୍ତ୍ରୀ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀ ସୁରେଶ ପୂଜାରୀ, ଶ୍ରୀ ବିଭୂତି ଭୂଷଣ ଜେନା, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟର ବିଧାୟକଗଣଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରଥ ଟାଣିବା ସହ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହି ରଥଯାତ୍ରା ପରିଚାଳନା କରିଥିଲେ।

By admin

Leave a Reply

Your email address will not be published. Required fields are marked *