କନ୍ଧମାଳ ଜିଲ୍ଲାରେ ଦୁର୍ଦାନ୍ତ ବାଇକ ଚୋରି ମାଫିଆ ଗିରଫ, ୯ଦାମୀ ବାଇକ ଜବତ

କନ୍ଧମାଳ ଜିଲ୍ଲାରେ ଦୁର୍ଦାନ୍ତ ବାଇକ ଚୋରି ମାଫିଆ ଗିରଫ, ୯ଦାମୀ ବାଇକ ଜବତ,

କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ଟାଉନ୍ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l ଗୁରୁବାର ଏକ ବଡ଼ ଧରଣ ର ବାଇକ ଚୋରୀ ରାକେଟ ର ପର୍ଦ୍ଧlଫାସ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ l କନ୍ଧ ମାଳ ଏସ ପି ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପି ଓ ଶୁଭ୍ର ଜିତ ବିଶ୍ଵାଳ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଥାନା ଅଧିକାରୀ ପି ସ୍ଵରୂପ କିଶlନ ଙ୍କ ବଳିଷ୍ଠ ନେତୃତ୍ବରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ଟି ଦାମୀ ବାଇକ ଜବତ କରିବା ସହ ଏ ସଂପର୍କରେ ମାଷ୍ଟର ମାଇଣ୍ଡ ସହ ୪ଅଭିଯୁକ୍ତ କୁ ଗିରଫ କରିଛି l ଉଦ୍ଧାର ହୋଇଥିବା ବାଇକ ମଧ୍ୟରେ ୮ଟି ଆର୍ -୧ ୫ଓ ଗୋଟିଏ ପଲ୍ସର ୨୦୦ସି ସି ବୋଲି ଟାଉନ ପୋଲିସ ଆଇ ଆଇ ସି ପି ସ୍ଵରୂପ କିଶlନ କହିଛନ୍ତି l ଏସବୁ ବାଇକ୍ ଚୋରୀ ନେଇ ଫୁଲବାଣୀ ଟାଉନ୍ ଥାନା ସମେତ ଭୁବନେ ଶ୍ୱର୍ ର ଖାର ବେଳ ଥାନା, ଲକ୍ଷ୍ମୀ ସାଗର, ଇନ ଫୋ ସିଟି, ଚନ୍ଦ୍ରଶେଖର ପୂର୍, ଭରତ ପୁର , ମୈତ୍ରୀ ବିହାର, ଥାନା ରେ ମାମଲା ରୁଜ୍ଜୁ ହୋଇଥିଲା l ତେବେ ଗତ ୧୮ତାରିଖ ରେ ଫୁଲବାଣୀସହର ର ଜିରୀଙ୍ଗିପଡା ର ଦାରୁଣ ବେହେରା ଙ୍କ ପତ୍ନୀ ସ୍ଵର୍ଣ୍ଣ ବେହେରା ଙ୍କ ଘର ପଛ ପାଖେ ରଖାଯାଇଥିବା ୟାମାହା ଆର୍ -୧ ୫ବାଇକ୍ ଓ ଡି- ୧୨ବି ୮୨୬୧ଚୋରୀ ହୋଇଥିବା ନେଇ ଏତଲା ଦେବା ସହ ଚୋରୀ ସମୟ ର ଦୃଶ୍ୟ ସି ସି ଟିଭି ଫୁଟେଜ ପୋଲିସ କୁ ଦେଇଥିଲେ ଆଉ ଟାଉନ ପୋଲିସ ସକ୍ରୀୟ ହୋଇ ଏକ ଟିମ ଗଠନ କରି ଚଢ଼ାଉ କରି ବାଇକ୍ ରାକେଟ କୁ ସଫଳତାର ସହ ଧରିଥିଲା l ଟାଉନ୍ ଥାନା ଅଧିକାରୀ ପି ସ୍ଵରୂପ କିଶlନ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ ସମୟୋଚିତ ପଦକ୍ଷେପ ଯୋଗୁଁ ବାଇକ୍ ରାକେଟ ର ପରଦା ଫାସ ସମ୍ଭବ ହୋଇଥଲା l ବାଇକ ଚୋରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଟିକାବାଲି ଥାନା ଅନ୍ତର୍ଗତ ବସ୍ତିଙ୍ଗିଆର ଦିଲ୍ଲିପ କହଁର, ବାହାଡ଼ା ପଦର ର ବିକାଶ କହଁର, ଟିକାବାଲି ଥାନା ଅନ୍ତର୍ଗତ କଟିମହା ଗ୍ରାମ ର ରୁଦ୍ର ମାଧବ ବଗର୍ତ୍ତି, ଫୁଲବାଣୀସଦର ଥାନା ଅନ୍ତର୍ଗତ ତଳ ପଡା ର ଚନ୍ଦନ ଦିଗାଲ ବୋଲି ପୋଲିସ ଏସଡିପିଓ ସୁଭ୍ରଜିତ ବିଶ୍ଵାଳ ସାମ୍ବାଦିକ ସମ୍ମିଳନୀରେ ରେ କହିଛନ୍ତି l

Leave a Reply

Your email address will not be published. Required fields are marked *