୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଶିଷ ଙ୍କ ମହାନତା ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବୁଡେନ ଥାନା ୧୦୮ ଆମ୍ବୁଲାନ୍ସ ଉପଖଣ୍ଡ ଚିକିତ୍ସାଲୟ ପାଟଣାଗଡ ହସ୍ପିଟାଲ ରୁ ରୋଗୀ ଛାଡି ଫେରୁଥିବା ସମୟରେ ଆମ୍ବୁଲାନ୍ସ କର୍ମଚାରୀ ରାସ୍ତାରେ ମୋବାଇଲ ଟିଏ ପାଇଥିଲେ l ମୋବାଇଲ ମାଲିକ କୁ ଖୋଜି ଆମ୍ବୁଲାନ୍ସ କର୍ମଚାରୀ ଇଏମଟି ଆଶିଷ କୁମାର ଶତପଥି,ପାଇଲଟ ବାବୁଲାଲ ବରିହା,ହେଲ୍ପର ସୁଶୀଲ କୁମ୍ଭାର ମୋବାଇଲ ମାଲିକ କୁ ମୋବାଇଲ ଦେଇ ସମାଜ ପାଇଁ ଉଦାହରଣ ର ବାର୍ତ୍ତା ଦେଇଛନ୍ତି। ଏହା ଦେଖି ବୁଦ୍ଧିଜିବି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।
