ସେମିଳିଗୁଡା ଜାତୀୟ ରାଜପଥ ଉନ୍ନତିକରଣ ପାଇଁ ମିଳିତ ସର୍ବେ_______________________________________
ସେମିଳିଗୁଡା: କୋରାପୁଟ ଜିଲ୍ଲାର ରେ ମୁଖ ସହର ଭାବେ ସୁନାମ ଅର୍ଜନ କରିଥିବା ସେମିଳିଗୁଡା ଜାତୀୟ ରାଜପଥ ଉନ୍ନତିକରଣ ପାଇଁ ମିଳିତ ସର୍ବେ ଗୁରୁବାର ଅପରାହ୍ନ ହେଇଥିଲା।ସହର ରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଇ ଦାମନଯୋଡି ଚୌକ ଠାରୁ ଓ ସି ସି ନଗର ଯାଇ ଡବୁଲ ରୋଡ ନିର୍ମାଣ କରି ଦିଭାଇଡର ଦେହି ରାସ୍ତା ଉନ୍ନତି କରିବା ପାଇଁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ହେଇଛି। ସେଥିପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଗଛ ହଟାଗଲା।ସେହି ପରି ସୁନାବେଡ଼ା ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ନୂଆ ପାଣି ପାଇପ ସଂଯୋଗ, ଓ ପୌର ପରିଷଦ ଓ ଜାତୀୟ ଦ୍ବାରା ଡ୍ରେନ ନିର୍ମାଣ କାମ ଆରମ୍ଭ କରିଥିଲେ।,ଡ୍ରେନ ନିର୍ମାଣ ପାଇଁ ରାସ୍ତା ଖୋଲି ଦେଲି।କିନ୍ତୁ ମାସ ମାସ ଧରି କାମ ଶେଷ ହେଇନଥିବା ରୁ ଲୋକ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି।ବିପଜ୍ଜନକ ଅବସ୍ଥାରେ ଖାଲଖମା ଅତିକ୍ରମ କରିବା ପାଇଁ ପଡୁଥିଲା।ଗତ ତିନି ବର୍ଷ ରୁ ଉନ୍ନତିକରଣ କାମ ପଡ଼ି ରହିଛି। କୋରାପୁଟ ବିଧାୟକ ରଘୁରାମ ମାଛ ଓ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର୍ ପାତ୍ର, ଓ ସହର ବାସି ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁତ୍ ଜଲଦି ଉନ୍ନତିକରଣ କାମ ଆରମ୍ଭ କରିବାକୁ ବିଭାଗ ଅଧିକାରୀମାନେ ଆଦେଶ ଜାରି କରିଛି।ଏହି ନେ଼ଇ ଜିଲ୍ଲାପାଳ କୀର୍ତ୍ତି ବାସନ,ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଅଲ୍ ,କୋରାପୁଟ ବିଧାୟକ ରଘୁରାମ ମାଛ,ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର୍ ପାତ୍ର,ସେମିଳିଗୁଡା ତହସିଲଦାର ଦେବ ବ୍ରତ କରତୀ, ଜାତୀୟ ରାଜପଥ ସୁନାବେଡା ପ୍ରଭାଗ ନିର୍ବାହୀ ଯନ୍ତ୍ରୀ ସୌମାର୍ଜିନୀ ସେଠୀ,ସେମିଳିଗୁଡା। ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଜସ୍ମିଁନ କୁମାର୍ ପ୍ରଧାନ, ଓ ଜନସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ ଅଧିକାରୀମାନେ, ନାଗରବାସି, ଉପସ୍ଥିତ ଥିଲେ।ଉନ୍ନତିକରଣ ପାଇଁ ଅଧା ରେ ଅଟକି ଥିବା ଡ୍ରେନ ନିର୍ମାଣ ଶେଷ କରିବା,ପୁରୁଣା ବିଦ୍ୟୁତ୍ ପୋଲ ଉଠାଇବା ସହ ରାସ୍ତାର ମଝି ଭାଗରୁ ୩୬ ଫୁଟ/ ୩୬ ଫୁଟ ଉଭୟ ପାର୍ଶ୍ୱରୁ ୭୨ ଫୁଟ ଜବରଦଖଲ ହଟାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଦୁଇ ଲେନ୍ ବିଶିଷ୍ଟ ହେବ ସହରର ରାସ୍ତା । ରାସ୍ତାକଡ଼ରୁ ହଟିବେ ପରିବା ଦୋକାନୀ। ସେମିଳିଗୁଡ଼ା ସ ହରର ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଏପରି ଯୋଜନା କରିଛି ପ୍ରଶାସନ ।ସମସ୍ତ କାର୍ଯ୍ୟ ସମାପ୍ତ କରି ଉନ୍ନତିକରଣ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଧାୟକ ମାଛ ,ଜିଲ୍ଲାପାଳ କୀର୍ତ୍ତି ବିବାଗାୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆସନ୍ତା ମାସରୁ କାମ ଆରମ୍ଭ କରି ଆଗାମୀ ଦୁର୍ଗା ପୂଜା ଭିତରେ ଉନ୍ନତିକରଣ କାମ ଶେଷ କରି ଲୋକ ଙ୍କୁ ପୂଜା ଭେଟି ଦେବୁ ବିଲି ବିଧାୟକ ମାଛ ସୂଚନା ଦେଇଥିଲେ।

