ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ. ସ୍ଵଜଳ ଧାରା ଓ 5 ସୌରାଚାଳିତ ନଳକୂଅ ଉଦଘାଟିତ ରାୟଗଡା, 13/6( ଅମୁଲ୍ୟ ନିଶଙ୍କ ) ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ଵଜଳ ପ୍ରକଳ୍ପ ଓ ପାଞ୍ଚଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଉଯାଇଛି । ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସିଏସଆର ବିଭାଗ କର୍ମକର୍ତା କାଶୀପୁର ବ୍ଲକ କୋଡ଼ିପାରି ପଂଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳ ଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ । ପାନୀୟ ଜଳ ନମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳ ବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇ ମର୍ତ୍ୟୁ ସହ ସଂଗ୍ରାମ କରିଥାନ୍ତି । ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ ଉତ୍କଳ ଆଲୁମିନା ତରଫରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉକ୍ତ ଦୁଇଟି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ଵଜଳ ଧାରା କାର୍ଯ୍ୟକ୍ଷମ କରାଯଇଛି । ସେହିପରି ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚ ଗୋଟି ସୌରାଚାଳିତ ନଳକୂଅ କାର୍ଯ୍ୟକ୍ଷମ କରାଯାଇଛି । ଉତ୍କଳ ଆଲୁମିନା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି, ଗାଁରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁନଥିବା କଷ୍ଟ ସ୍ୱୀକାର କରୁଥିଲେ । ବର୍ଷ ଦିନେ ପ୍ରାକୃତିକ ଜଳ ଉତ୍ସ ଦୂଷିତ ହୋଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ଲୋକେ ସମସ୍ୟାରେ ଜର୍ଜରିତ ହୋଇଥିଲେ । ଉତ୍କଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମଝି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *