ଆର,ଉଦୟଗିରିରେ ବିକାଶ ରଥ ପରିକ୍ରମା ।
ଆର,ଉଉଦୟଗିରି(ମନୋଜ କୁମାର ପାଢୀ)- ମୋହନ ସରକାରଙ୍କ ଏକ ବର୍ଷ ପୂତ୍ତି ଅବସରରେ ଆର,ଉଦୟଗିରି ବ୍ଳକର ବିଭିନ୍ନ ପଞ୍ଚାୟତରେ ବିକାଶ ରଥ ପରିକ୍ରମା କରିଥିଲେ । ମଦର ପଞ୍ଚାୟତରେ ବିଡିଓ, ନିର୍ବାଚନ ଜନ ପ୍ରତିନିଧି, ଅଙ୍ଗନବାଡି, ଆଶା କର୍ମୀ ମିଶି ବିକାଶ ରଥକୁ ସ୍ବାଗତ କରିଥିଲେ । ବିଡିଓ ପତାକା ଦେଖାଇ ଏହି ବିକାଶ ରଥର କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିବା ଅବସରରେ ଗୁରୁବାର ପ୍ରଥମ ଦାନରେ ବ୍ଳକର ସଦରମହକୁମା ପଞ୍ଚାୟତ ଓ ବସ୍ତ୍ରୀଗୁଡା ପଞ୍ଚାୟତରେ ବିକାଶ ରଥ ପରିକ୍ରମା କରାଯାଇଥିଲା । ଏହି ଅବସରରେ ଆର,ଉଦୟଗିରିର ୧୦ଜଣ ଅନ୍ୟାେଦୟ ଗୃହ, ୩ଜଣଙ୍କୁ ଜବ୍ କାର୍ଡ, ୩ଜଣଙ୍କୁ ମାସିକ ଭତ୍ତା ଓ ୨ଜଣଙ୍କୁ ରାସନକାର୍ଡ ପ୍ରଦାନ କରାଯାଇଥିବା ବେଳେ ଜନସେବା କେନ୍ଦ୍ର ପକ୍ଷରୁ ୭୦ବର୍ଷରୁ ଉଦ୍ଧ୍ବ ବୟୋ ବନ୍ଦନ କାର୍ଡ ୫ଟି ପଞ୍ଜୀକରଣ କରାଯାଇଥିଲା । ସେହିଭଳି ବସ୍ତ୍ରୀଗୁଡା ପଞ୍ଚାୟତରେ ୧୫ଜଣଙ୍କୁ ଜବକାର୍ଡ, ୬ଜଣଙ୍କୁ ମାସିକ ଭତ୍ତାକାର୍ଡ, ଖାଉଟି କାର୍ଡ ୨ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଉଭୟ ପଞ୍ଚାୟତରେ ମେଡିକଲ ପକ୍ଷରୁ ୧୦୫ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ତହସିଲ ପକ୍ଷରୁ ୧୧ଟି ବିବିଧ ପ୍ରମାଣପତ୍ର ଆବେଦନ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରଖ ପର୍ଯ୍ୟନ୍ତ ବ୍ଳକର ସମସ୍ତ ୧୭ଟି ପଞ୍ଚାୟତ ପରିକ୍ରମା କରିବା । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ, ଜିପିଇଓ ଦାମୋଦର ରେଡ୍ଡୀ, ମଙ୍ଗଳଅଧିକାରୀ ପବିତ୍ର ପଣ୍ଡା, ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର,ସରପଞ୍ଚ ଯାମେଶ ରାଇକା, ଗ୍ରାମୀଣ ଗୃହ ଯୋଜନା ଅଧିକାରୀ ଅଶ୍ବିନୀ ଷଡଙ୍ଗୀ, ମୌସୁମି ତ୍ରିପାଠି, ଭ୍ୟାନ ନୋଡଲ ଅଫିସର ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
