ପୁଣି ଏକ ହତ୍ୟାକାଣ୍ଡ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ମାଣିକପୁର ଗ୍ରାମରେ ବସନ୍ତ କୁମାର ପ୍ରଧାନ ନାମକ ଜଣେ ଯୁବକ କୁ ହତ୍ୟା କରାଯାଇଛି। ହତ୍ୟା ଅଭିଯୁକ୍ତ ନାଗେଶ୍ଵର ଦିହୁଡି ନାମକ ଅପରାଧୀ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।ପୁର୍ବ ଶତୃତା କୁ ନେଇ ଅଭିଯୁକ୍ତ ନାଗେଶ୍ଵର ବସନ୍ତର ପଛପଟୁ ଆସି ଛୁରାମାଡ କରି ଚମ୍ପଟ୍ ମାରିଥିବା ବେଳେ ପରିବାର ଲୋକେ ବସନ୍ତକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଗାଁ ରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି।
