ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଯୁବକର ଶବକୁ ମୁନିଗୁଡା ପୋଲିସ୍ ଜବତ କରିଛି ।
ରାୟଗଡା ୯.୬.୦୨୫(ଅମୁଲ୍ୟ ନିଶଙ୍କ )ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଯିବା ରାସ୍ତାରେ ସକାଳୁ ସକାଳୁ ଜଣେ ଯୁବକର ମୃତ ଶରୀର ଆମ୍ଵ ଗଛରେ ରସି ଲାଗି ଝୁଲୁଥିବା ଦେଖିବାକୁ ମିଳିଛି।ଖବର ପାଇ ମୁନିଗୁଡା ଥାନା ଅଧିକାରିଣୀ ପୋଲିସ୍ ଟିମ୍ ସହ ଘଟଣା ସ୍ଥାନରେ ପହଞ୍ଚି ଶଵ ତଳକୁ ଖସାଇ ଶଵ ବ୍ୟବଛେଦ ପାଇଁ ପଠାଇ ଇଉଡି କେଶକରି ତଦନ୍ତ ଜାରି ରଖିଛନ୍ତି ।ମୃତକଙ୍କର ବାଇକ୍ କୁ ପୋଲିସ୍ ଜବତ କରି ଅଧୀକ ତଦନ୍ତ ଜାରି ରଖିବେ ବୋଲି ପୋଲିସ୍ ସୂତ୍ରରୁ ସୂଚନା ମିଳିଛି। ମୃତକଙ୍କ ପକେଟରୁ ମିଳିଥିବା ଆଧାର କାର୍ଡ ରେ ନାମ ସଞ୍ଜୟ କୁମାର ଦେଓ 30 ବର୍ଷ ବୋଲି ଜଣାଯାଇଛି। ସେ ଥେରୁଵାଲିରେ ରହୁଥିବା ଶୁଣିବାକୁ ମିଳୁଛି।ତେବେ ସେ କଣ ପାଇଁ ସକାଳୁ ବାଇକରେ ଆସି ଆତ୍ମହତ୍ୟା କରିବା ପଛରେ କାରଣ କଣ ଥାଇପାରେ ତାହା ତଦନ୍ତ ଓ ପୋଷ୍ଟମର୍ଟମ ପରେ ଜଣାପଡ଼ିବ ଵୋଲି ସୂଚନା ମିଳିଛି। ଏଭଳି ଆତ୍ମହତ୍ୟାକୁ ସହଜରେ ଜନସାଧାରଣ ଗ୍ରହଣ କରିପାରୁ ନାହାଁନ୍ତି।କାରଣ ପାଦ ତଳେ ଲାଗି ଆଣ୍ଠୁ ଵେଣ୍ଡ ହୋଇଥିବାରୁ ସନ୍ଦେହ ଘନିଭୂତ ହେଉଛି।ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ବୁଦ୍ଧୀଜୀଵୀ ମହଲରେ ଟୁପୁରୁ ଟାପୁରୁ ହେଉଥିବା ବେଳେ ପୋଲିସର ତଦନ୍ତ ପରେ ସତ୍ୟାସତ ଲୋକଲୋଚନାକୁ ଆସିବ।
