ନିଷ୍ଠା ର ୧୬ତମ ପ୍ରତିଷ୍ଠା ଦିବସ ଅବସର ରେ ରକ୍ତଦାନ ସଚେତନତା ବାଇକ ରେଲି ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୮-୦୬-୨୦୨୪ରିଖ (ରବି ବାର)ବରଗଡ଼ ଜିଲ୍ଳା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ୧୬ତମ ପ୍ରତିଷ୍ଠା ଦିବସ ଜୁନ ୧୪ତାରିଖ ରେ ନିଷ୍ଠା ଭବନ ଆନ୍ଧ୍ର କେମ୍ଫ, ଖଣ୍ଡହଥା ଠାରେ ଅନୁଷ୍ଠିତ ହେବ। ଏହି ଅବସର ରେ ପ୍ରତ୍ୟେକ ବର୍ଷ ଏକ ରକ୍ତ ଦାନ ସଚେତନତା ବାଇକ ରେଲି ର ଆୟୋଜନ ହୋଇଥାଏ। ଏହି ବର୍ଷ  ବରଗଡ଼ ଗୋରୁ ବଜାର ରୁ ନିଷ୍ଠା ପରିବାର ର ଶହ ଶହ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ବିରାଟ ବାଇକ ରେଲି ବାହାରି ପୁରା ବରଗଡ଼ ସହର ପରିକ୍ରମା କରିଥିଲା।ଏହି ବାଇକ ରେଲି କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କିଶୋର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ଶୁନ ଥିବା ବେଳେ ଯୁବ ପିଢ଼ି ଆଗକୁ ଆସି ରକ୍ତ ଦାନ କରିବା ପାଇଁ ଲୋକ ମାନଙ୍କୁ ସଚେତନତା କରିବା ବାଇକ ରେଲି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବାଇକ ରେଲି ରେ ନିଷ୍ଠା ପରିବାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ, ବିଦ୍ୟାଧର ଭୋଇ, ଜୟନ୍ତ ପ୍ରଧାନ,ସଚି ପଣ୍ଡା, ଜିତୁ ମହାପାତ୍ର, ସଭାପତି ରକ୍ଷପାଲ ସାହୁ ସଂପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୂଳା ଓ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବାଇକ ରେଲି କୁ ସଫଳ କରିଥିଲେ।

By admin

Leave a Reply

Your email address will not be published. Required fields are marked *