ଅର୍ଜ୍ଜୁଣ୍ଡା ପଞ୍ଚାୟତ ତେଲିଟିକରା ଶିକ୍ଷାବିତ ତଥା ଶିକ୍ଷାପ୍ରେମୀ ଅଶ୍ଵିନୀ କୁମାର ପାଢ଼ୀ କଂ ଦେହାନ୍ତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଭିଭକ୍ତ ସଂକ୍ରିଡା ପଞ୍ଚାୟତ ର ସରପଞ୍ଚ ତଥା ଅର୍ଜ୍ଜୁଣ୍ଡା ପଞ୍ଚାୟତ ର ଗୌନ୍ତିଆ ସ୍ଵର୍ଗତ କୃତାର୍ଥ ପାଢ଼ୀ କଂ ଦ୍ଵିତୀୟ ପୁତ୍ର ଅଶ୍ଵିନୀ କୁମାର ପାଢ଼ୀ ଙ୍କ ଦେହାନ୍ତ ହୋଇଯାଇଛି, ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା। ସେ ଜଣେ ଶିକ୍ଷାପ୍ରେମୀ,ଶିକ୍ଷାବିତ, ପରୋପକାରୀ, ଅର୍ଜ୍ଜୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ଏହା ସହିତ ବିଦ୍ୟାଳୟ ରେ ମାଗଣାରେ ଶିକ୍ଷାଦାନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ରାଜେଶ ରଂଜନ ପାଢୀ, ରାକେଶ ରଂଜନ ପାଢୀ, ପୁତ୍ର ବଧୂ ଓ ନାତି ଅୟସ, ଆଦର୍ଶ, ବିକାଶ, ଅମିତ କୁଂ ଛାଡି ଯାଇଛନ୍ତି। ତାଂକର ବିୟୋଗ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବନ୍ଧୁ ବାନ୍ଧବ ଆତ୍ମିୟ ସ୍ଵଜନ ତାଙ୍କର ଶେଷ ଦର୍ଶନ କରିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ଶବାଧାରରେ ସାମିଲ ହୋଇଥିଲେ। ବିଧିମତେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସଂଯୋଗ କରାଯାଇଥିଲା। ତାଂକର ପୁତ୍ର ରାଜେଶ ରଂଜନ ପାଢୀ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଅତାବିରା ବିଧାୟିକା ସେନ୍ହାଙ୍ଗିନୀ ଛୁରିଆ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

By admin

Leave a Reply

Your email address will not be published. Required fields are marked *