ନାବାଳିକା ଗଣ ଦୁଷ୍କର୍ମ ମାମଲା ରେ ୪ ଯୁବକ କୋର୍ଟ ଚାଲାଣ।

ଗତ ୩ ଓ ୪ ଦୁଇ ଦିନ ଧରି ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କୁ ଗୁରୁତର ସହ ଗ୍ରହଣ କରି ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଅଭିଯୁକ୍ତ ଯୁବକ ମାନଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳରୁ କାବୁ କରି ବ୍ରହ୍ମପୁରରେ ଯେରା ଓ ଡ଼ାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ପୀଡ଼ିତା ନାବାଳିକା ଦୁଇ ଜଣ ସମ୍ପର୍କୀୟ ଭଉଣୀ ଓ ଉକ୍ତ ଦୁଇ ଭଉଣୀକୁ ନିଜ ଗ୍ରାମ ର ଯୁବକ ମାନେ ଗୋଟିଏ ଭୋଜି କାର୍ଯ୍ୟରୁ ଉଠାଇ ନେଇ ବିଭିନ୍ନ ସ୍ଥାନରେ ରଖି ଗଣ ଦୁଷ୍କର୍ମ ଓ ଧର୍ଷଣ କରିଥିବା ଜନୈକା ପୀଡ଼ିତା ର ମା ଗତ ୫ ତାରିଖରେ ଗୋଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ରଣକୌଶଳ ପ୍ରସ୍ତୁତ ହୋଇ ପ୍ରଥମେ ପୀଡ଼ିତା ନାବାଳିକା ମାନଙ୍କର ଡାକ୍ତରୀ ମଇନା ହୋଇଥିଲା।ପରେ ପରେ ମାତ୍ର ଦୁଇ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣି ଭାରତୀୟ ନ୍ୟାୟ ସଂହିତା ଧାରା ୭୦ ଓ ପୋକ୍ସ ଆଇନ୍ ଅନୁଯାୟୀ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା କୁ ନେଇ ବିଜେଡିର ମହିଳା ଓ ବରିଷ୍ଠ ନେତା ମାନେ ପୀଡ଼ିତା ନାବାଳିକା ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ବ୍ରହ୍ମପୁର ଏସ୍ ପି ଙ୍କୁ ସାକ୍ଷାତ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *