ବରଗଡ ଜିଲ୍ଲା ଭେଡେନ ବ୍ଲକ ମାହେଶ୍ୱରୀ ସେନା, ଚେତନା କ୍ଲବ ବକଟୀ ମିଳିତ ଆନୁକୁଲ୍ୟରେ ନରେନ୍ଦ୍ର କର୍ମି ଓ ଜୋସ୍ନା କର୍ମି କଂ ଶୁଭ ବିବାହ ଅବସରରେ, ଏହି ଦିନକୁ ମନେ ରଖିବା ପାଇଁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ନବ ଦମ୍ପତ୍ତି “ଭ୍ରାମ୍ୟମାଣ ଯାନ” ରେ ରକ୍ତଦାନ ଶିବିର ଉଦଘାଟନ କରିଥିଲେ ଓ ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର ମିଶ୍ର କୁଂ ଉପଢ଼ୌକନ ଦେଇ ନରେନ୍ଦ୍ର ଓ ଜୋସ୍ନା ସମ୍ବର୍ଦ୍ଧିତ କରିଥିଲେ। ନବ ଦମ୍ପତି ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଡାଃ ଅଭିଜିତ, ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ପ୍ରହଲାଦ ଭୋଇ, ପାଏନୁ ଭୋଇ, ସଞ୍ଜୀବ ବେରା ପ୍ରମୁଖ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀମତୀ ଜୋସ୍ନା କର୍ମି , ଭରତୀ କର୍ମି, ପୂଜା ମହାକୁର, ଦେବସ୍ମୀତା ମହାକୁର, ନୀଳିମା ମେଶୁଆ, ରିଙ୍କି ଛୁରିଆ ରକ୍ତ ଦାନ କରିଥିଲେ। ଏହି ସମୟରେ ଚେତନା କ୍ଲବ ବକଟୀ ସଦସ୍ୟ ଓ ନିମନ୍ତ୍ରିତ ଅତିଥି ମାନେ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ପରିଶେଷରେ ମାହେଶ୍ୱରୀ ସେନା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।
